ପୁରୀ: ଗତକାଲି ହେରାପଞ୍ଚମୀ ନୀତି ଶେଷ ହେବା ପରେ ବାହୁଡା ଯାତ୍ରା ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି । ଆଜି ତିନି ରଥ ଦକ୍ଷିଣ ମୋଡ଼ କରାଯିବ । ରଥତ୍ରୟ ଗୁଣ୍ଡିଚାଘର ସିଂହଦ୍ୱାର ସମ୍ମୁଖରୁ ଟଣା ହୋଇ ଶରଧାବାଲିରେ ପହଞ୍ଚିବେ । ଏଣୁ ବଡ଼ଦାଣ୍ଡରେ ଆରମ୍ଭ ହୋଇଛି ପ୍ରସ୍ତୁତି । ବଡ଼ଶଙ୍ଖ ନିକଟରୁ ମୁକ୍ତାକାଶ ରଙ୍ଗମଞ୍ଚ ପର୍ଯ୍ୟନ୍ତ ବାଲି ପଡିଛି । ରଥ ଚାଳନାରେ ଏହା ସହଯୋଗ ହେବ । ଆଜି ସକାଳଧୂପ ପରେ ଠାକୁରଙ୍କ ନିକଟରୁ ଆଜ୍ଞାମାଳ ରଥକୁ ବିଜେ ହେବାପରେ ରଥଟଣା ଆରମ୍ଭ ହେବ । ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ, ପରେ ବଡଠାକୁରଙ୍କ ତାଳଧ୍ୱଜ ରଥ ଓ ଶେଷରେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଆସି ନାକଚଣା ଦ୍ୱାର ସମ୍ମୁଖରେ ପହଞ୍ଚିବ । ଜୁଲାଇ ୧ ତାରିଖ ବୁଧବାର ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା । ଏଣୁ ଦକ୍ଷିଣିମୋଡ଼ରେ ରଥ ଶ୍ରୀମନ୍ଦିର ଅଭିମୁଖେ ଗଡ଼ିବାକୁ ପ୍ରସ୍ତୁତ ରହିବ ।
ସୂଚନାନୁସାରେ, ଆଗକୁ ଥିବା ବାହୁଡ଼ା ଯାତ୍ରା ପାଇଁ ପୁରୀରେ ପୁଣି ଥରେ ଜାରି ହେବ କର୍ଫ୍ୟୁ । ଏହି କର୍ଫ୍ୟୁ ଜୁନ୍ ୩୦ ତାରିଖ ରାତି ୧୦ଟାରୁ ଲାଗୁ ହୋଇ ଜୁଲାଇ ୨ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି ଜଣାପଡ଼ିଛି । ତେବେ ଏହି କର୍ଫ୍ୟୁ ସାରା ଜିଲ୍ଲାରେ ଲାଗୁ ହେବ । ଏନେଇ ପୁରୀ ଜିଲ୍ଲାପାଳ ବଳବନ୍ତ ସିଂହ ସୂଚନା ଦେଇଛନ୍ତି ।
ଅର୍ଗସ ବ୍ୟୁରୋ : ପୁଣି ଥରେ ପାଲଲହଡାରେ ମୁକେଶ ହଟାଓ ନାରା । ଅନୁଗୋ ଜିଲ୍ଲା ପାଲଲହଡ଼ା ନିର୍ବାଚନ ମଣ୍ଡଳୀର ଶଙ୍ଖମୁର ପଞ୍ଚାୟତରେ ବିଜେଡ଼ି ବିଧାୟକ ମୁକେଶଚଦ୍ର ପାଲଙ୍କୁ ବିରୋଧ କରିଛନ୍ତି ପଞ୍ଚାୟତବାସୀ । ନିର୍ବାଚନ ପୂର୍ବରୁ ଭୋଟ ମାଗି ଯାଇଥିବା ବିଧାୟକ ସାଢେ଼ ୪ ବର୍ଷରେ ଥରୁଟିଏ ବି ଗାଁ ମାଟି ମାଡି ନାହାନ୍ତି । ଆଜି ଯାଏ ଗାଆଁରେ କୌଣସି ଉନ୍ନତି ମୂଳକ କାର୍ଯ୍ୟ ନ ହୋଇଥିବା ଯୋଗୁଁ ବିଧାୟକଙ୍କୁ ବିରୋଧ କରିଛନ୍ତି ନିଜ ଦଳର ଦଳୀୟ କର୍ମୀ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ପୂର୍ବରୁ ଏକାଧିକ ବିଜେଡ଼ି କର୍ମୀ ଏକାଠି ହୋଇ ଆଗମୀ ନିର୍ବାଚନରେ ବିଜେଡ଼ିର ଦଳୀୟ ଟିକେଟ ମୁକେଶଙ୍କୁ ନ ମିଳୁ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିବା ବେଳେ ବିଧାୟକ ବିରୋଧ କରୁଥିବା ବ୍ୟକ୍ତି ବିଜେଡ଼ି କର୍ମୀ ନୁହେଁ ବୋଲି କହିଥିଲେ । ଅନ୍ୟପଟେ ଆଗକୁ ହଜାର ହଜାର ସଂଖ୍ୟାରେ ବିଜେଡ଼ି କର୍ମୀ ଏକାଠି ହୋଇ ବିଧାୟକଙ୍କୁ ବିରୋଧ କରିବେ ବୋଲି କଡ଼ା ଚେତାବନୀ ଦେଇଛନ୍ତି