ଓଡ଼ିଶା ଏବଂ ଓଡ଼ିଆ ଖାଇବାର ସବୁଠି ଆଦର ରହିଛି। ଖାଲି ଦେଶରେ ଦୁହେଁ ବିଦେଶରେ ବି ରହିଛି। ଦହିବରା ଆଳୁଦମ ଠାରୁ ଆରମ୍ଭ କରି କାକରା ପିଠା ଓ ଛେନା ଖିରି ଠାରୁ ଆରମ୍ଭ କରି ଘୁଗୁନି ଚାଟ। ସେ ପୁଣି ଓଡ଼ିଆଙ୍କ ମେଳାରେ। ତେବେ ଏହା କୌଣସି ଯାନିଯାତ୍ରା ବା ପର୍ବପର୍ବାଣି ର କଥା ନୁହେଁ । ଦୁବାଇରେ ରହୁଥିବା ଓଡ଼ିଆମାନେ ଏମିତି କିଛି ଖାଦ୍ୟପେୟର ଭଣ୍ଡାର ଖୋଲିଥିଲେ ହାଣ୍ଡିଶାଳ -୨୦୨୩ ରେ।
ଅଧିକ ପଢନ୍ତୁ: ସମସ୍ତଙ୍କ ମନ ଜିତିଲା ଅପରାଜିତା ଫୁଲରେ 'ଗଇଁଠା ପିଠା'
କୋଭିଡ ଯୋଗୁ ଗତ ତିନି ବର୍ଷ ଧରି ହୋଇପାରିନଥିବାରୁ ଓଡ଼ିଆଙ୍କ ଭିତରେ ଏହାକୁ ନେଇ ଉତ୍କଣ୍ଠା ଦେଖିବାକୁ ମିଳିଥିଲା। ଚଳିତ ବର୍ଷ ହାଣ୍ଡିଶାଳର ଅଷ୍ଟମ ସଂସ୍କରଣ ଆୟୋଜିତ ହୋଇଥିଲା। ପାଖାପାଖି ୫୦-ଟି ଷ୍ଟଲରେ ଓଡ଼ିଆ ଖାଦ୍ୟ ପରିବେଷିତ ହୋଇଥିଲା। ବିଦେଶରେ ରହୁଥିବା ଓଡ଼ିଆଙ୍କ ପସନ୍ଦ ଓ ରୁଚିକୁ ଦୃଷ୍ଟିରେ ରଖି ଓଡ଼ିଆ ସମାଜ ୟୁଏଇ ପ୍ରତିବର୍ଷ ହାଣ୍ଡିଶାଳର ଆୟୋଜନ କରିଥାଏ। ଏଥିରେ ପ୍ରବାସୀ ଓଡିଆମାନେ ଷ୍ଟଲରେ ଘରର ରନ୍ଧା ଓଡ଼ିଆ ଖାଦ୍ୟ ବିକ୍ରି କରିଥାନ୍ତି। ଏହାକୁ ଖାଇବା ପାଇଁ ଅନ୍ୟାନ୍ୟ ଏମିରେଟସରୁ ଓଡ଼ିଆ ମାନେ ଆସିଥାନ୍ତି। ଚଳିତ ବର୍ଷ ୩୦୦ ରୁ ଉର୍ଦ୍ଧ ଓଡ଼ିଆ ହାଣ୍ଡିଶାଳରେ ଯୋଗଦେଇଥିଲେ।
ଓଡ଼ିଆ ସମାଜ ୟୁଏଇ ପକ୍ଷରୁ ପ୍ରତିବର୍ଷ ରଥଯାତ୍ରା, ଗଣେଶ ପୂଜା, ନୂଆଖାଇ, ଓ ଉତ୍କଳ ଦିବସ ର ଆୟୋଜନ କରାଯାଇଥାଏ। ତେବେ ଓଡିଆମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଆଗାମୀ ଦିନ ମାନଙ୍କରେ ଏହିପରି କାର୍ଯ୍ୟକ୍ରମର ଆୟୋଜନ କରାଯିବ ବୋଲି ଓଡ଼ିଶା ସମାଜ ୟୁ.ଏ.ଇ ସଭାପତି ଅମୀୟ ମିଶ୍ର କହିଛନ୍ତି।
ଓଡିଶା ନ୍ୟୁଜ ଆହୁରି ପଢନ୍ତୁ