୨୦୧୬ ମସିହାରେ ଧାମନଗର ବ୍ଲକ ମୁସ୍ତଫାପୁର ପଞ୍ଚାୟତ ଅଧିନରେ ଥିବା ଐତିହାସିକ ଗୋହିରାଟିକିରିକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ମିଳିଥିଲା । ଏହାରି ଭିତରେ ୮ ବର୍ଷ ଅତିକ୍ରମ କରିବାକୁ ବସିଲାଣି । ହେଲେ ସେତେବେଳର ଖୁସି ଏବେ ଧିରେ ଧିରେ ମିଳେଇବାକୁ ବସିଲାଣି । ପର୍ଯ୍ୟଟନସ୍ଥଳୀର ଚିହ୍ନବର୍ଣ୍ଣ ନାହିଁ । ଦିନକୁ ଦିନ ଗୋହିରାଟିକିରି ନିଜର ଅସ୍ତିତ୍ବ ହରାଇବାକୁ ବସିଲାଣି ।
ଏବେବି ସଖି ରହିଛି ମୁକୁନ୍ଦଦେବଙ୍କ ସେନାପତି ମାନଙ୍କ ପୋଖରୀ ,ରାଣୀ ପୋଖରୀ, ଆଲମାଚାନ୍ଦ ପୋଖରୀ ,ହାତିଢିଅ ଓ ଘୋଡ଼ା ଗଣ୍ଡ ହେଲେ ସେଗୁଡିକ ସବୁ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ। ଭଦ୍ରକ ଜିଲ୍ଲାର ସବୁ ଧର୍ମ ଅନୁଷ୍ଠାନକୁ ଅନୁଦାନ ଦିଆ ଯାଇଥିବାବେଳେ କିନ୍ତୁ ଶେଷ ହିନ୍ଦୁରାଜା ମୁକୁନ୍ଦଦେବଙ୍କ ନିହିତକ୍ଷେତ୍ର ଗୋହୁରାଟିକିରୀକୁ କଣ ପାଇଁ ଅଣଦେଖା ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି ।
ତେବେ ଗୋହୁରାଟିକିରୀରେ ଉନ୍ନତ ପାଇଁ ଆବଶ୍ୟକୀୟ ଜାଗା ଥିବା ବେଳେ ଏହାର ବିକାଶ ହେଲେ ଏହା ଏକ ସୁନ୍ଦର ଦର୍ଶନନିଆ ଜାଗା ହୋଇ ପାରିବ । ତେବେ କାହିଁକି ରାଜ୍ୟ ସରକାର ଏଥିପ୍ରତି ଅଭେଳା କରିଛନ୍ତି ଧାମନଗର ବାସିନ୍ଦା ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ।
ଆହୁରି ପଢନ୍ତୁ ଓଡିଶା ଖବର...