ଖଇରାରେ ଥିବା ସରକାରୀ ପ୍ରାପ୍ତ ବିଦେଶୀ ମଦ ଦୋକାନରେ ଦୀର୍ଘଦିନ ହେବ ନକଲି ମଦ ବିକ୍ରି ହେଉଥିବା ନେଇ ଅଭିଯୋଗ ହୋଇଆସୁଥିଲା। କଟକ ଅବକାରୀ ବିଭାଗର ଡେପୁଟି କମିଶନର ରଜତ ପ୍ରହରାଜଙ୍କ ଗୋଇନ୍ଦା ସୂଚନା ଅନୁଯାଇ କଟକ ଅବକାରୀ ବିଭାଗର କମିଶନର ଆଶିଷ କୁମାର ସିଂଙ୍କ ନିର୍ଦେଶ କ୍ରମେ ଆଜି ଏକ ଟିମ ଗଠନ କରି ମଦ ଦୋକାନ ଉପରେ ଚଢ଼ାଉ କରାଯାଇଥିଲା।
ଏହି ଚଢ଼ାଉରେ ବିପୁଳ ପରିମାଣରେ ନକଲି ମଦ ଜବତ କରି ଦୋକାନ ସିଲ କରିବା ସହିତ ଦୁଇଜଣ କର୍ମଚାରିଙ୍କୁ ଗିରଫ କରି ଅଧିକ ତଦନ୍ତ ଚଳାଇଛନ୍ତି। ଏହି ଚଢ଼ାଉରେ ଅବକାରୀ ଡିଆଇସି ପ୍ରତାପ କୁମାର ଦାସ,ଆଇଆଇସି ସତ୍ୟଜିତ ଖଟୁଆ,ଖଇରା ଅବକାରୀ ଅଧିକାରିଣୀ କଳ୍ପନା ଜେନାଙ୍କ ସମେତ ଅବକାରୀ କର୍ମଚାରୀମାନେ ଉପସ୍ଥିତ ଥିଲେ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।