ପ୍ରତି ପର୍ଯ୍ୟାୟରେ ବାହାରୁଥିବା ମଡ଼ରୁ ଅଶୋଧିତ ତୈଳ ଯାଞ୍ଚ ହେବ । ଆଉ ତାହାକୁ ପାରାଦୀପ ତୈଳ ବିଶୋଧନଗାରକୁ ପଠାଯିବ । 2 ବର୍ଷ ପର୍ଯ୍ୟନ୍ତ ଏହି କାର୍ଯ୍ୟ ଭିତରେ ତୈଳର ପରିମାଣ କେତେ ଅଞ୍ଚଳରେ କେତେ ପରିମାଣର ରହିଛି ଜଣାପଡିବା ପରେ ଅଶୋଧିତ ତୈଳ ଉତ୍ତୋଳନ ପ୍ରକ୍ରିୟା ଚାଲିବ ବୋଲି ସୂଚନା ମିଳିଛି ।
ଅଧିକ ପଢନ୍ତୁ:କୁଶୁପୁରରେ ପହଞ୍ଚିଛି ଅତ୍ୟାଧୁନିକ ମେସିନ୍
10 ହଜାର ଫୁଟ୍ ତଳକୁ ଖୋଳିବାକୁ ଲଗାଯାଇଛି ରିଗ୍ ମେସିନ

ପୁରୀ: ପୁରୀ ଗୋପ ଅଞ୍ଚଳରେ ତେଲ ସନ୍ଧାନ ନେଇ ଅଏଲ ଇଣ୍ଡିଆ ପକ୍ଷରୁ ଆରମ୍ଭ ହୋଇଛି ପ୍ରକ୍ରିୟା । କ୍ୱିପୋ ସଂସ୍ଥା ପକ୍ଷରୁ 10 ହଜାର ଫୁଟ୍ ତଳକୁ ଖୋଳିବା ପାଇଁ ଲଗାଯାଇଛି ରିଗ୍ ମେସିନ । କୁଶୁପୁରର 8 ଏକର ଜମିରେ ଏହି କାର୍ଯ୍ୟ ଚାଲିଛି । ଏଠାରେ ପ୍ରାଥମିକ ପର୍ଯ୍ୟାୟରେ ରିଗ ମେସିନରେ 10 ହଜାର ଫୁଟ୍ ଖୋଳିବା ପରେ ସେଥିରୁ ବାହାରିବା ମଡ଼କୁ ବିଶୋଧନ କରାଯିବ ।
Download Argus News App
