ପରୀକ୍ଷାର୍ଥୀମାନେ କିପରି ଭାବରେ ସୂଚାରରୂପେ ପରୀକ୍ଷା ଦେଇପାରିବେ, ସେନେଇ ସମସ୍ତ ସୁବିଧା କରାଯାଇଛି। ତେବେ କିଛି ସମୟ ରଖାଯାଇଛି, ସେହି ସମୟ ଭିତରେ ପରୀକ୍ଷା କେନ୍ଦ୍ରରେ ପହଁଞ୍ଚିବେ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଆଜିଠାରୁ ଆରମ୍ଭ ହେବ ଓଜେଇଇ ପରୀକ୍ଷା। ୩୩ଟି ସହରରେ ୪୭ ପରୀକ୍ଷା କେନ୍ଦ୍ରର କରାଯାଇଛି ବ୍ୟବସ୍ଥା। ମେ ୧୫ ପର୍ଯ୍ୟନ୍ତ ଏହି ପରୀକ୍ଷା ଚାଲିବ। ପରୀକ୍ଷା ଦେବେ ୫୫ ହଜାରରରୁ ଉର୍ଦ୍ଧ୍ୱ ଛାତ୍ର ଛାତ୍ରୀ। ରାଜ୍ୟ ବାହାରେ ମଧ୍ୟ ପରୀକ୍ଷାର୍ଥୀଙ୍କ ସୁବିଧା ପାଇଁ ୩ଟି ପରୀକ୍ଷା କେନ୍ଦ୍ର କରାଯାଇଛି।
ପରୀକ୍ଷାର୍ଥୀମାନେ କିପରି ଭାବରେ ସୂଚାରରୂପେ ପରୀକ୍ଷା ଦେଇପାରିବେ, ସେନେଇ ସମସ୍ତ ସୁବିଧା କରାଯାଇଛି। ତେବେ କିଛି ସମୟ ରଖାଯାଇଛି, ସେହି ସମୟ ଭିତରେ ପରୀକ୍ଷା କେନ୍ଦ୍ରରେ ପହଁଞ୍ଚିବେ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଗ୍ୟାସ ବୋଝେଇ ଗାଡିରୁ ଗ୍ୟାସ ଲିକ। ଏଭଳି ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ୱରରେ। ସପ୍ତଶତୀ ମନ୍ଦିର ଅଞ୍ଚଳରେ ଏକ ଗ୍ୟାସ ବୋଝେଇ ଗାଡୁରୁ ଗ୍ୟାସ ଲିକ ହୋଇଥିବା ସୂଚନା ରହିଛି। ସଙ୍ଗେ ସଙ୍ଗେ ଖବର ପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚିଥିଲେ।
ତେବେ ଗ୍ୟାସ ଲିକ ପାଇଁ ପ୍ରବଳ ଟ୍ରାଫିକ ଜାମ ମଧ୍ୟ ହୋଇଥିଲା । ଖରାକୁ ଅସହ୍ୟ ହେଉଛି ଟ୍ରାଫିକ ଜାମ ।ଟ୍ରାଫିକ ରେ ଫସି ରହିଛି ଅନେକ ଗାଡ॥ ଏହାସହ ଅନେକ ଲୋକ। ଯିବା ଆସିବା ମୁସ୍କିଲ ହୋଇପଡିଥିଲା ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ମୟୂରଭଞ୍ଜ: ବଞ୍ଚିବାକୁ ରାହା ଖୋଜୁଛନ୍ତି ସୁନ୍ଦର ମାର୍ଣ୍ଡିଙ୍କ ପରିବାର। ୨୨ ଟିକିଆ ହାତୀ ପଲ ସମ୍ପୁର୍ଣ୍ଣ ଘର ଭାଙ୍ଗିଦେଲା। ତିନି ଘଣ୍ଟା ମୃତୁସହ ସଙ୍ଘର୍ଷ କରିଛନ୍ତି ବଞ୍ଚିବା ପାଇଁ ସୁନ୍ଦର ମାର୍ଣ୍ଡିଙ୍କ ପରିବାର। କିଭଳି ଭାଵରେ ହାତୀପଲ ନିଜର ଆକ୍ରୋଶ ଦେଖାଇଛନ୍ତି । ଏ ଘର ଏକ ପରିବାରର ରୋଜଗାର ଥିଲା, ମୁଣ୍ଡ ଗୁଞ୍ଜିବା ପାଇଁ ବାସସ୍ଥାନ ଥିଲା କିନ୍ତୁ ୨୨ ଟିକିଆ ହାତୀପଲ ଏକ ପରିବାରର ମେରୁଦଣ୍ଡ ଭାଙ୍ଗିଦେଲେ । ବଞ୍ଚିବା ପାଇଁ ରାହା ଖୋଜୁଛନ୍ତି ଏହି ପରିବାର । ଏ ଚିତ୍ର ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ ଭାଲିଆଡ଼ିହା ପଞ୍ଚାୟତ ରାମନଗର ସୁନ୍ଦର ମାର୍ଣ୍ଡିଙ୍କ ପରିବାର।
ଘର ଦୁଇଟି ସମ୍ପୁର୍ଣ୍ଣ ଭାଙ୍ଗି ଯିବାରୁ ବର୍ତ୍ତମାନ ସମ୍ପୁର୍ଣ୍ଣ ବାସହାରା ହୋଇଯାଇଛନ୍ତି। ବର୍ଷକର ଉପାର୍ଜନ ଅର୍ଥ ଧାନ ଚାଉଳ ସମ୍ପୁର୍ଣ୍ଣ ଖାଇଦେଇଛନ୍ତି ହାତୀପଲ । ବର୍ତ୍ତମାନ ଗଛମୂଳେ ଜରି ପାଲ ଆଶ୍ରୟ ସ୍ଥଳ ପାଲଟିଛି। ଛିଡା ଶାଢ଼ୀ କାନ୍ଥ ପାଲଟିଛି ।କଣ କରିବେ କେତେବେଳେ ଆଉଥରେ ହାତୀପଲ ଆଶି ମାରିଦେବ କହିହେବନି , ସୁନ୍ଦର ମାର୍ଣ୍ଡିଙ୍କ ପରିବାର ବଞ୍ଚିବାର ରାହା ଖୋଜୁଛନ୍ତି । ବନବିଭାଗ ହାତିଙ୍କ ଗତିପଥ ଜାଣିବାରେ ବିଫଳ ହୋଇଛି। କେତେ ଧନଜୀବନ କ୍ଷତି ହେଲେ ବନବିଭାଗ ର ଚେତା ପଶିବ।
କଣ କରୁଥିଲେ ଦୀର୍ଘ ତିନିଘଣ୍ଟା ବନବିଭାଗ, କେବଳ ଭଗବାନ ହିଁ ଭରସା ଥିଲା ପରିବାରର । କେବେ ବନବିଭାଗ ତତ୍ପର ହେବ। କେବେ ଲୋକଙ୍କୁ ସୁରକ୍ଷା ଦେବ ବନବିଭାଗ ତାକୁହିଁ ଅପେକ୍ଷା।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ରେଳ ଦୁର୍ଘଟଣାରେ ଆହତଙ୍କୁ ଉତ୍ତମ ଚିକିତ୍ସା ଯୋଗାଇଦେବାକୁ ମୋଦି ସରକାରଙ୍କ ତତ୍ପରତା । ଶନିବାର ବାଲେଶ୍ବର ଆସିଥିବା ବେଳେ ଦୁର୍ଘଟଣାସ୍ଥଳରୁ ହିଁ ଫୋନ ଯୋଗେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ କଥା ହୋଇଥିଲେ ପ୍ରଧାନମନ୍ତ୍ରୀ ମୋଦି । ଆଉ ରବିବାର ସକାଳୁ ସକାଳୁ ଆସି ଓଡ଼ିଶାରେ ପହଞ୍ଚି ଗଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ । ସେପଟେ ଶନିବାର ରାତିରେ ବାଲେଶ୍ବରରେ ରହି ଚିକିତ୍ସା ଓ ପୁନରୁଦ୍ଧାର କାର୍ଯ୍ୟର ତଦାରଖ କରୁଥିବା ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ବିନୀ ବୈଷ୍ଣବ ସକାଳୁ ପହଞ୍ଚିଯାଇଥିଲେ ଦୁର୍ଘଟଣାସ୍ଥଳରେ ।
ସେଠାରେ ଘଣ୍ଟାଏରୁ ଅଧିକ ସମୟ ରହି ଦାୟିତ୍ବରେ ଥିବା ଅଧିକାରୀଙ୍କର ସହ ଟିକିନିଖି ଆଲୋଚନା କରିଥିଲେ ଦୁଇ କେନ୍ଦ୍ରମନ୍ତ୍ରୀ । ପୁନରୁଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ରେଳ ଦୁର୍ଘଟଣାରେ ବ୍ୟାପକ କ୍ଷତିଗ୍ରସ୍ତ ରେଳ ଧରଣାଗୁଡ଼ିକର ମରାମତି କାର୍ଯ୍ୟରେ ଦିନରାତି ଏକ କରିଦେଇଛନ୍ତି ରେଳ ବିଭାଗ ସହ ଏନଡିଆରଏଫ ଟିମ୍ । ମଙ୍ଗଳବାର ସୁଦ୍ଧା ଟ୍ରେନ ଚଳାଚଳ ସ୍ବାଭାବିକ ହୋଇଯିବ ବୋଲି ଭରସା ଦେଇଛନ୍ତି ଉଭୟ କେନ୍ଦ୍ରମନ୍ତ୍ରୀ ।
ଶୁକ୍ରବାର ସନ୍ଧ୍ୟାରେ ବାହାନଗା ବଜାରରେ ଘଟିଥିବା ଭୟାନକ ରେଳ ଦୁର୍ଘଟଣା ପରେ ଏବେ 3ଟି ବଡ଼ ଚ୍ୟାଲେଞ୍ଜ । ଆହତଙ୍କର ଉତ୍ତମ ଚିକିତ୍ସା, ମୃତଦେହ ଚିହ୍ନଟ କରି ପରିବାରକୁ ହସ୍ତାନ୍ତର ଏବଂ ରେଳ ଚଳାଚଳ ସ୍ବାଭାବିକ କରିବା । ଏବେ ରାଜ୍ୟର ବିଭିନ୍ନ ହସ୍ପିଟାଲରେ 100 ରୁ ଅଧିକ ଆହତଙ୍କର ଚାଲିଛି ଚିକିତ୍ସା । ଭଦ୍ରକ, ବାଲେଶ୍ବର, ଏସସିବି, କ୍ୟାପିଟାଲ ହସପିଟାଲ ଓ ଏମସରେ ଆହାତମାନଙ୍କର ଚିକିତ୍ସା କରାଯାଉଛି । ରବିବାର ସୋର ଓ ଭଦ୍ରକ ଡାକ୍ତରଖାନାରେ ଆହତଙ୍କୁ ଭେଟି ଚିକିତ୍ସା କାର୍ଯ୍ୟର ସମୀକ୍ଷା କେରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ବିନୀ ବୈଷ୍ଣବ ।
ସେପେଟେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ଭୁବନେଶ୍ବରରେ ଆସି ପହଞ୍ଚିବା ପରେ ପ୍ରଥମେ ଏମସ ଯାଇ ସେଠାରେ ଚିକିତ୍ସିତ ହେଉଥିବା ଆହତ ଯାତ୍ରୀଙ୍କୁ ଭେଟିଥିଲେ। ଚିକିତ୍ସା କାର୍ଯ୍ୟର ସମୀକ୍ଷା କରିବା ସହ ଏମମସକୁ ଅଣାଯାଇଥିବା 100 ଟି ମୃତଦେହକୁ କିପରି ସଂରକ୍ଷିତ କରି ରଖାଯିବ ଓ ଠିକଭାବେ ଚିହ୍ନଟ କରାଯାଇ ପରିବାରକୁ ହସ୍ତାନ୍ତ୍ର କରାଯିବ ସେ ନେଇ ଭୁବନେଶ୍ବର ଏମସ କର୍ତ୍ତୁପକ୍ଷଙ୍କ ସହ କରିଥିଲେ ଆଲୋଚନା। ଏହାପରେ କ୍ୟାପିଟାଲ ହସପିଟାଲ ଯାଇ ଆହତଙ୍କ ଚିକିତ୍ସା କାର୍ଯ୍ୟ ତଦାରଖ କରିଥିଲେ କେନ୍ଦ୍ରମନ୍ତ୍ରୀ।
ଏହାପରେ ଏସସିବି ମେଡ଼ିକାଲରେ ଏକାଠି ପହଞ୍ଚିଥିଲେ ତିନି କେନ୍ଦ୍ରମନ୍ତ୍ରୀ। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ଲାଲ ମଣ୍ଡଭିୟ ପ୍ରଥମେ ଏସସିବି କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ। ଏହା ପରେ ଚିକିତ୍ସାଧୀନ ଆହତ ଯାତ୍ରୀଙ୍କୁ ଭେଟି ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ।
ରବିବାର ବାୟୁ ସେନାର ସ୍ଵତନ୍ତ୍ର ବିମାନରେ ଆସି ଭୁବନେଶ୍ବରରେ ପହଞ୍ଚିଛନ୍ତି 17 ଜଣିଆ କେନ୍ଦ୍ରୀୟ ବିଶେଷଜ୍ଞ ଡାକ୍ତର ଟିମ୍ ଏମାନଙ୍କର ମଧ୍ୟରେ ଅଛନ୍ତି ମୃତଦେହ ସଂରକ୍ଷଣ ବିଶେଷଜ୍ଞ। । ଭୁବନେଶ୍ବର ଏମ୍ସରେ ପହଂଚି ବୈଠକ କରିଛନ୍ତି ବିଶେଷଜ୍ଞ ଟିମ୍। ପରେ ବିଭିନ୍ନ ହସପିଟାଲ ଯାଇ ସେମାନେ ଆହତଙ୍କର ଚିକିତ୍ସାରେ ସହଯୋଗ କରିବେ। ବିଶେଷଜ୍ଞ ଡ଼ାକ୍ତରୀ ଟିମ୍ ସାଥିରେ ଚିକିତ୍ସା ଉପକରଣ ଓ ମେଡ଼ିସିନ ମଧ୍ୟ ଆଣିଛନ୍ତି। ସେପେଟ କେନ୍ଦ୍ର ସରକାର ଘୋଷଣା କରିଥିବା ଅନୁକମ୍ପାମୂଳକ ସହାୟତା ଗୁରୁତର ଓ ସାମାନ୍ୟ ଆହତଙ୍କୁ ତତକ୍ଷଣାତ ଯୋଗାଇ ଦିଆଯାଇଛି।
ଆହୁରି ପଢନ୍ତୁ ଓଡିଶା ଖବର...