ସୂଚନାଅନୁଯାୟୀ ଆଶା ଦେହୁରୀ (୭୦) ଆମ୍ବ ଗୋଟାଉ ଥିବା ସମୟରେ ହାତୀ ହାବୁଡ଼ରେ ପଡି ଯାଇଥିଲେ। ଫଳରେ ହାତୀ ଆକ୍ରମଣରେ ଯୋଗୁଁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ହଣ୍ଡପା ବନାଞ୍ଚଳର ବନ କର୍ମଚାରୀ ଓ ପୁଲିସ ସେଠାରେ ପହଞ୍ଚି ଘଟଣାର ତଦନ୍ତ କରୁଥିବା ଜଣାପଡିଛି।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ହଣ୍ଡପା ବନାଞ୍ଚଳରେ ହାତୀ ଆକ୍ରମଣରେ ଆଜି ସକାଳୁ ଜଣେ ମହିଳା ଙ୍କ ଜୀବନ ଯାଇଛି। ମହିଳା ଜଣଙ୍କ ସକାଳ ପ୍ରାୟ ୫ଟା ସମୟରେ ଆମ୍ବ ତୋଟା କୁ ଆମ୍ବ ଗୋଟେଇବା ପାଇଁ ଯାଇଥିଲା ବେଳେ ହାତୀ ଆକ୍ରମଣରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି।
ସୂଚନାଅନୁଯାୟୀ ଆଶା ଦେହୁରୀ (୭୦) ଆମ୍ବ ଗୋଟାଉ ଥିବା ସମୟରେ ହାତୀ ହାବୁଡ଼ରେ ପଡି ଯାଇଥିଲେ। ଫଳରେ ହାତୀ ଆକ୍ରମଣରେ ଯୋଗୁଁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ହଣ୍ଡପା ବନାଞ୍ଚଳର ବନ କର୍ମଚାରୀ ଓ ପୁଲିସ ସେଠାରେ ପହଞ୍ଚି ଘଟଣାର ତଦନ୍ତ କରୁଥିବା ଜଣାପଡିଛି।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ସେଲିବ୍ରେଟିଙ୍କୁ କରାଯାଉଛି ହ୍ୟାକ। ଗ୍ଲୋବାଇଲ ସାଇବର ସିକ୍ୟୁରିଟି କମ୍ପାନୀ ମାକାଫି ପକ୍ଷରୁ ସେଲିବ୍ରେଟୀ ହ୍ୟାକର ହଟ ଲିଷ୍ଟ ୨୦୨୪ ଜାରି କରାଯାଇଛି । ଏହି ଲିଷ୍ଟରେ ଭାରତରେ ପପୁଲାର ଥିବା ଅନେକ ସେଲିବ୍ରେଟୀଙ୍କ ନାମ ସାମିଲ ରହିଛି । ଚଳିତ ବର୍ଷ ପ୍ରାରମ୍ଭରେ ମାକାଫି ଏକ ସର୍ଭେ ରିଭିଲ୍ କରିଥିଲା । ୮୦ ପ୍ରତିଶତ ଭାରତୀୟ ଗତ ବର୍ଷ ଅପେକ୍ଷା ଏବେ ଡିପଫେକରେ ଅଧିକ ଶିକାର ହେଉଥିବା କୁହାଯାଇଥିଲା । ସେହିପରି କୃତ୍ରିମ ବୁଦ୍ଧିମତା (ଏଆଇ) କାରଣରୁ ଅନଲାଇନ ସ୍କାମକୁ ଚିହ୍ନଟ କରିବା ଏବେ ମୁସ୍କିଲ ହୋଇଯଇଥିବା ୬୪ ପ୍ରତିଶତ ମତ ଦେଇଥିଲେ । ସେହିପରି ଇଣ୍ଟରନେଟରେ ଡିପଫେକ କଣ୍ଟେଣ୍ଟ ଦେଖିଥିବା ନେଇ ୭୫ ପ୍ରତିଶତ ଲୋକ କହିଥିଲେ । ୩୮ ପ୍ରତିଶତ ଲୋକ ଡିପଫେକ ସ୍କାମର ଶିକାର ହୋଇଥିବା କହିଥିବା ବେଳେ ୧୮ ପ୍ରତିଶତ ଏପରି ସ୍କାମର ଶିକାର ହୋଇଥିବା କହିଥିଲେ ।
ମାକାଫି ପକ୍ଷରୁ ଏକ ଲିଷ୍ଟ ଜାରି କରାଯାଇଛି । ଏହି ଲିଷ୍ଟରେ ୧୦ ଜଣ ଭାରତୀୟ ସେଲିବ୍ରେଟୀଙ୍କ ନାମ ରହିଛି । ଏହି ଲିଷ୍ଟରେ ସବଠାରୁ ଟପରେ ରହିଛନ୍ତି ଓରି (ଓରହାନ ଅୱାତ୍ରାମଣି)ଙ୍କ ନାମ ରହିଛି । ଲିଷ୍ଟର ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଦିଲଜୀତ ଦୋସାଂଝ । ସେହିପରି ତୃତୀୟ ସ୍ଥାନରେ ଆଲିଆ ଭଟ୍ଟ, ଚତୁର୍ଥରେ ରଣବୀର ସିଂହ, ପଞ୍ଚମରେ ବିରାଟ କୋହଲୀ, ଷଷ୍ଠରେ ସଚିନ ତେନ୍ଦୁଲକର, ସପ୍ତମରେ ଶାହରୁଖ ଖାନ, ଅଷ୍ଟମରେ ଦୀପିକା ପାଦୁକୋନ, ନବମରେ ଅମୀର ଖାନ ଓ ଦଶମରେ ମନ୍ଦ୍ରେ ସିଂହ ଧୋନୀଙ୍କ ନାମ ରହିଛି ।
ଏହି ସେଲିବ୍ରେଟୀଙ୍କ ନାମରେ ସର୍ବାଧିକ ମାତ୍ରାରେ ସ୍କାମ୍ ହେଉଥିବା କୁହାଯାଉଛି । ହ୍ୟାକର୍ସ ଲୋକଙ୍କୁ ନିଜ ଜାଲରେ ଫସାଇବା ପାଇଁ ଏହି ସବୁ ଷ୍ଟାରଙ୍କ ନାମ ବ୍ୟବହାର କରୁଥିବା କୁହାଯାଇଛି । ଏହି ଲିଷ୍ଟରେ ସାମିଲ ଥିବା ସେଲିବ୍ରେଟୀଙ୍କ ନାମରେ ସାଇବର ଅପରାଧୀମାନେ ଲୋକଙ୍କୁ ନିଜର ଟାର୍ଗେଟ କରୁଛନ୍ତି । ଏମାନଙ୍କ ସ୍କାମର୍ସ ଲୋକଙ୍କ ଡାଟା ଚୋରି କରିବା ଠାରୁ ଆରମ୍ଭ କରି ଅର୍ଥ ଲୁଟ୍ କରୁଥିବା ଜଣାପଡ଼ିଛି । । ଏମାନଙ୍କୁ ଯଥାଶୀଘ୍ର ଧରିବାକୁ ଦାବି ହେଉଛି।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:
ଅର୍ଗସ ବ୍ୟୁରୋ: ବାଲେଶ୍ବରରେ ଉଗ୍ର ରୂପ ନେଉଛି ବିଜେଡି କନ୍ଦଳ । ସିମୁଳିଆର ପୂର୍ବତନ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଓ ସଦର ପୂର୍ବତନ ବିଧାୟକଙ୍କ ସ୍ବରୂପ ଦାସଙ୍କ ବିରୋଧରେ ଅଷନ୍ତୋସ ଝାଡିଛନ୍ତି ବିଜେଡି ନେତା ଶଶି କୁମାର ସାହୁ । ସାମାଜିକ ଗଣମାଧ୍ୟମରେ ସିମୁଳିଆ ପୂର୍ବତ୍ତନ ବିଧାୟକ ଜ୍ୟୋତି ପାଣିଗ୍ରାହୀ ଓ ସ୍ବରୂପ ଦାସଙ୍କୁ ଖଳ ପ୍ରକୃତିର ଲୋକ ଓ ବିଜୁ ଜନତା ଦଳ ତାଙ୍କ ପରିବାରର ସମ୍ପତି ନୁହଁ ବୋଲି ମଧ୍ୟ ଲେଖିବାକୁ ପଛାଇ ନାହାନ୍ତି ଶଶି । ଗତକାଲି ବିଜେଡି ଜିଲ୍ଲା ସ୍ତରୀୟ ସଦସ୍ୟତା ଅଭିଯାନରେ ବାଲେଶ୍ବର ସିଦ୍ଧି କଲ୍ୟାଣ ମଣ୍ଡପରେ ଏକ ସଭା ଅନୁଷ୍ଠିତ ହୋଇଥିଲା ।
କିନ୍ତୁ ସଭାକୁ ବାଲେଶ୍ବର ବସ୍ତା ବିଧାୟିକା ସୁବାଶିନୀ ଜେନା, ସଦର ବ୍ଲକ ଚୈୟାରମ୍ୟାନ, ଜିଲ୍ଲା ପରିଷଦ ଚୈୟାରମ୍ୟାନ ନାରାୟଣ ପ୍ରଧାନ ଓ ମ୍ୟୁନସିପାଲଟି ଚୈୟାରମ୍ୟାନ ସବିତା ସାହକୁ ଡକା ଯାଇନଥିଲା, ଯାହାକୁ ନେଇ ଆଜି ସାମାଜିକ ଗଣ ମାଧ୍ୟମରେ ବିଜେଡି ନେତା ଶଶି କୁମାର ସାହୁ ଅଷନ୍ତୋଷ ବ୍ୟକ୍ତ କରିବା ସହିତ ଜୌତି ପାଣିଗ୍ରାହୀ ଓ ସ୍ବରୂପ ଦାସଙ୍କ ବିରୋଧରେ ବିଷ ଓଗାଳିଛନ୍ତି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ପ୍ରକୃତି ପ୍ରେମୀ ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଆଜିଠୁ ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ । କିଛି ମାସର ବ୍ୟବଧାନ ପରେ ଚଳିତବର୍ଷ ଆଜିଠାରୁ ଖୋଲିଛି ଜାତୀୟ ଉଦ୍ୟାନ । ପ୍ରତ୍ୟେକ ବର୍ଷ ନଭେମ୍ବର ପହିଲାରୁ ଜାତୀୟ ଉଦ୍ୟାନ ଶିମିଳିପାଳ ପର୍ଯ୍ୟଟକଙ୍କ ପାଇଁ ଖୋଲୁଥିବାବେଳେ ଚଳିତବର୍ଷ ଅକ୍ଟୋବର ୧୦ ତାରିଖରେ ଖୋଲିଛି । ଶିମିଳିପାଳର ଇକୋ କଟେଜ ଗୁଡିକୁ ସଜ୍ଜିତ ହୋଇଛି । ଏବର୍ଷ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ବିଭାଗ ପକ୍ଷରୁ ୨୦ ଟି ଜଙ୍ଗଲ ସଫାରୀ ବ୍ୟବସ୍ଥା କରାଯାଇଛି । ଶିମିଳିପାଳ ଅଭୟାରଣ୍ୟକୁ ପ୍ରବେଶ କରିବା ପାଇଁ ଦୁଇଟି ରାସ୍ତାଦେଇ ଯାଇପାରିବେ ପର୍ଯ୍ୟଟକ । ଯଶିପୁର ପଟୁ କାଲିକାପ୍ରସାଦ ଗେଟ ଦେଇ ପ୍ରତ୍ୟେକ ଦିନ ୩୫ ଟି ଏବଂ ବାରିପଦାର ପିଠାବଟା ଗେଟ ଦେଇ ୨୫ ଟି ପର୍ଯ୍ୟଟକଙ୍କ ଗାଡି ଅଭୟାରଣ୍ୟ ମଧ୍ୟରେ ପ୍ରବେଶ କରି ପାରିବ । ସକାଳ ୬ଟାରୁ ୧୨ ଟା ଯାଏ ପ୍ରବେଶ ପାଇଁ ଅନୁମତି ପତ୍ର ମିଳିପାରିବ। ଶିମିଳିପାଳ ଅଭୟାରଣ୍ୟରେ ରାମତୀର୍ଥ, କୁମାରୀ, ଗୁରୁଗୁଡ଼ିଆ, ବରେହିପାଣି ଏବଂ ଜାମୁଆଣି ଠାରେ ଇକୋ କୋଟେଜ ଗୁଡିକରେ ରାତ୍ରୀ ରହଣୀ ପାଇଁ ପର୍ଯ୍ୟଟକ ମାନେ ଅନଲାଇନରେ ବୁକିଂ କରିପାରିବେ । ରାତ୍ରି ରହଣି ସହ ଜଙ୍ଗଲ ସଫାରୀର ମଜା ନେଇପାରିବେ ପର୍ଯ୍ୟଟକ । ଚଳିତବର୍ଷ ଶିମିଳିପାଳ ଭିତରେ ପଲିଥିନର ବ୍ୟବହାର ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବା ସହ ସଫାରୀରେ ଭ୍ରମଣ ବେଳେ ବନ୍ୟପ୍ରାଣୀ ନିୟମକୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଜାରି ହୋଇଛି ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...