ପୁଣି ତେଜିଲା ଚିଟ୍ ଫଣ୍ଡ ତାତି
ଦନ୍ତାହାତୀ ଆକ୍ରମଣରେ ବୃଦ୍ଧା ଗୁରୁତର

ଅନୁଗୋଳ: ଅନୁଗୋଳ ଜିଲ୍ଲା ଛେଣ୍ତିପଦା ବନାଞ୍ଚଳ ଡଙ୍ଗାପାଳ ଗାଁରେ ଦନ୍ତାହାତୀ ଆକ୍ରମଣରେ ବୃଦ୍ଧା ଗୁରୁତର । ଆଜି ସକାଳେ ସେହି ଗାଁର ପାର୍ବତୀ ମାଝୀ(୬୦) ଶୌଚ କରି ଘରକୁ ଫେରିବା ସମୟରେ ହାତୀ ଆକ୍ରମଣର ଶିକାର ହୋଇଥିଲା । ସ୍ଥାନୀୟଲୋକଙ୍କ ଦ୍ୱାରା ହାତୀ କବଳରୁ ବୃଦ୍ଧାଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ଛେଣ୍ତିପଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭର୍ତ୍ତି କରାଯାଇଛି । ତେବେ ବୃଦ୍ଧାଙ୍କର ବାମ ଗୋଡ଼ ଭାଙ୍ଗି ଯାଇଛି । ଏ ସଂମ୍ପର୍କରେ ପରିବାରର ପକ୍ଷରୁ ବନବିଭାଗ ପାଖରେ ଅଭିଯୋଗ କରାଯାଇଛି ।
Download Argus News App
