ପୌରାଣିକ କଥା ଅନୁଯାୟୀ ଶ୍ରୀକ୍ଷେତ୍ରରେ ନିଳମାଧବଙ୍କୁ ଠାବ କରିଥିଲେ ମାଳଦର ସେନାପତି ବିଦ୍ୟାପତି । ଏବଂ ମାଳଦର ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ଏ ସଂଦେଶ ଦେବାପରେ ସେ ତୁରନ୍ତ ଆସିଥିଲେ ଦର୍ଶନ ଅଭିଳାଷ ନେଇ । ହେଲେ ବିଦ୍ୟାପତିଙ୍କୁ ଦେଖାଦେଇଥିବା ପୂଜିତ ନୀଳମାଧଵ ଇନ୍ଦ୍ରଦ୍ୟୁମ୍ନ ଙ୍କୁ ଦର୍ଶନ ନଦେଇ ଅନ୍ତର୍ଦ୍ଧ୍ୟାନ ହୋଇଥିଲେ । ଯାହାଫଳରେ ଦୁଃଖରେ ମ୍ରିୟମାଣ ହୋଇଥିଲେ ନୀଳମାଧଵ ।
ଏତିକିବେଳେ ଇନ୍ଦ୍ରଦ୍ୟୁମ୍ନଙ୍କୁ ଅଶ୍ୱମେଧ ଯଜ୍ଞ କରିବାକୁ ହୋଇଥିଲା ଶୁନ୍ୟବାଣୀ । ଯାହାଫଳରେ ଇନ୍ଦ୍ରଦ୍ୟୁମ୍ନ, ମହାପ୍ରଭୁଙ୍କୁ ପାଇବା ପାଇଁ ଯଜ୍ଞର ଆୟୋଜନ କରିଥିଲେ । ନାରଦଙ୍କ ପରାମର୍ଶ କ୍ରମେ ଯଜ୍ଞ ପୂର୍ବରୁ ନୃସିଂହକୁ ପ୍ରତିଷ୍ଠା କରାଯାଇଥିଲା । ଯଜ୍ଞର ଶେଷ ଦିନରେ ପୁରୀ ବେଲେଶ୍ବର ନିକଟରେ ଦାରୁ ମିଳିଥିଲା । ଯାହାକୁ ଶଗଡ଼ିରେ ନେଇ ଆସିଥିଲେ ଇନ୍ଦ୍ରଦ୍ୟୁମ୍ନ ।ଏବଂ ସେଇ ଦାରୁକୁ ନିଜେ ମହାପ୍ରଭୁ ବୃଦ୍ଧ ରୂପରେ ଆସି ଗଢ଼ିଥିଲେ ।ଯାହାଙ୍କ ଦର୍ଶନ ପାଇ କୃତାର୍ଥ ହୋଇଥିଲେ ଇନ୍ଦ୍ରଦ୍ୟୁମ୍ନ ।ଏବଂ ମହାପ୍ରଭୁଙ୍କୁ ଶଗଡ଼ିରେ ନେଇ ଆସିଥିବା ଶହ ଶହ ଗାଈଙ୍କ ଖୁରାରେ ସୃଷ୍ଟି ହୋଇଥିଲା ଇନ୍ଦ୍ରଦ୍ୟୁମ୍ନ ପୋଖରୀ । ସେଇ ସତ୍ୟଯୁଗରୁ ପ୍ରତ୍ୟେକ୍ଷ ଠାକୁର ଭାବରେ ପୂଜିତ ହେଇ ଆସୁଛନ୍ତି ନୃସିଂହ। ପ୍ରତ୍ୟେକ ଦିନ ଏହି ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଥିବା ବେଳେ ନୃସିଂହ ଚତୁର୍ଦ୍ଦଶୀ ରେ ଜମିଥାଏ ପ୍ରବଳ ଭିଡ ।ପ୍ରତ୍ୟେକ୍ଷ ଏହି ଠାକୁର ଭକ୍ତଙ୍କ ସବୁ ମନସ୍କାମନା ପୂରଣ କରିବା କଥା କହି ଭକ୍ତର ପାଟିରୁ ଆପେ ବାହାରି ଆସେ
ଉଗ୍ରଂ ବୀରଂ ମହାବିଷ୍ଣୁଂ ଜ୍ୱଳ୍ୱନ୍ତଂ ସର୍ବୋତମୁଖଂ
ନୃସିଂହଂ ଭୀଷଣଂ ଭଦ୍ରଂ ମୃତ୍ୟୋ ମୃତ୍ୟୋ ନମାମ୍ୟହଂ
ଶ୍ରୀକ୍ଷେତ୍ର ଓ ନୃସିଂହ ଉପାସନା ଅତି ପ୍ରାଚୀନ ହୋଇଥିବା ବେଳେ ସମସ୍ତ ନୃସିଂହଙ୍କ ଠାରୁ ଗୁଣ୍ଡିଚା ମନ୍ଦିର ପଛପାଖରେ ଥିବା ଏହି ମନ୍ଦିର ସର୍ବପ୍ରାଚୀନ ବୋଲି ଉଲ୍ଲେଖ ରହିଛି ।
ଅଧିକ ପଢନ୍ତୁ ଧାର୍ମିକ ଖବର