ନଭେମ୍ବର ୧ରୁ ମାର୍ଚ୍ଚ ୩୧ ତାରିଖ । ବିରଳ ପ୍ରଜାତିର କଇଁଛ ଅଲିଭ ରିଡଲେଙ୍କ ପାଇଁ ଏହି ୭ମାସ ମିଳନର ଋତୁ । ଏହି ସମୟରେ ହଜାରହଜାର ସଂଖ୍ୟକ ଅଲିଭ ରିଡ଼ଲେ ଉପକୂଳକୁ ଆସି ଗଣଅଣ୍ଡାଦାନ କରିଥାନ୍ତି । ପ୍ରକୃତିର ସୁରକ୍ଷା ଦୃଷ୍ଟିରୁ ଏହି ବିରଳ ପ୍ରଜାତିର କଇଁଛଙ୍କ ଜୀବନ ସୁରକ୍ଷା ପାଇଁ ଓଡିଶା ମେରାଇନ ଫିଶିଙ୍ଗ ରେଗୁଲେଟୋରି ଆକ୍ଟ (ଓମଫ୍ରା)ଅନୁଯାୟୀ ମତ୍ସ୍ୟଜୀବୀଙ୍କ ମାଛ ଧରିବା ପାଇଁ ବିଭିନ୍ନ କଟକଣା ଲଗାଇ ଦିଆଯାଇଥାଏ । ମାତ୍ର ଏବେ ପୁରୀ ସମୁଦ୍ର ନିଷିଦ୍ଧାଞ୍ଚଳରେ ମାଳ ମାଳ ଟ୍ରଲର ଓ ଯନ୍ତ୍ର ଚାଳିତ ଡଙ୍ଗା ବୁଲୁଥିବା ନଜର ଆସିଛି । ଏଥିରେ ମାଡ ହୋଇ କଇଁଛ ମାନେ ମୃତ୍ୟୁବରଣ କରିବାର ସମ୍ଭାବନା ମଧ୍ୟ ରହିଛି।
ସରକାରୀ ନିୟମ ଅନୁଯାୟୀ ଉପକୂଳ ଠାରୁ ୨୦କିମି ମଧ୍ୟରେ ମାଛଧରା ନିଷେଦ୍ଧ ଥିବାବେଳେ ଟ୍ରଲର ଗୁଡିକ ଏହି ପରିଧି ମଧ୍ୟରେ ଆସି ମାଛ ଧରୁଥିବା ଦେଖାଦେଇଛି । ଯାହାଫଳରେ କଇଁଛଙ୍କ ଜୀବନ ପ୍ରତି ବିପଦ ଦେଖାଯିବା ସହ ଗଣ ଅଣ୍ଡାଦାନ ପ୍ରଭାବିତ ହେବାର ଆଶଙ୍କା ଶ୍ରୁଷ୍ଟି ହୋଇଛି । ସାମୁଦ୍ରିକ ମତ୍ସ୍ୟ ବିଭାଗ ପକ୍ଷରୁ ସମୁଦ୍ର ମଧ୍ୟରେ କଡା ପେଟ୍ରୋଲିଙ୍ଗ ହେଉନଥିବା କଥା ସମାନାକୁ ଆସିଥିବା ବେଳେ ପାରମ୍ପରିକ ମତ୍ସ୍ୟଯିବି ଏବଂ ପରିବେଶବିତ ମାନେ ଉଦବେଗ ପ୍ରକାଶ କରିଛନ୍ତି । ଏବଂ ଅନ୍ୟପଟରେ କାଁ ଭାଁ ଟ୍ରଲର ଜବତ କରି ବନବିଭାଗ ମଧ୍ୟ ମୁଣ୍ଡରୁ ଦୋଷ ହଟେଇ ଦେଉଥିବା ନଜରକୁ ଆସିଛି ।
ସେପଟେ କେତେକ ଖଳ ପ୍ରକୃତିର ମତ୍ସ୍ୟଜୀବୀ ମାନେ ସମୁଦ୍ରରେ ମାଛ ମାରୁଥିବା ସମୟରେ କଙ୍କଡ଼ା ଜାଲ, ଭିଡା ଜାଲ, ସାଙ୍କୁସ ଓ ରିଙ୍ଗ ଜାଲ ବ୍ୟବହାର କରୁଥିବା ଯୋଗୁଁ ହଜାର ହଜାର କଇଁଛ ମୃତ୍ୟୁବରଣ କରୁଛନ୍ତି । ଟ୍ରଲର ମାନଙ୍କ ଅବାଧ ପ୍ରବେଶ ପାରମ୍ପରିକ ମଶ୍ଚଜୀବୀଙ୍କ ଜାଲ ଛିଡାଇ ଦେଉଥିବା ଅଭିଯୋଗ ହେଉଥିବାବେଳେ କଇଁଛଙ୍କ ପାଇଁ ମରଣଯନ୍ତା ପାଲଟିଛି ।