ରାସ୍ତା ଉପରେ ଷ୍ଟାରଙ୍କ ହାଇଡ୍ରାମାର ମଜା ଉଠାଇଥିଲେ ରାଜଧାନୀବାସୀ । ସେଲଫି ନେବା ସହ ଭିଡିଓ ସୁଟିଂ କରିଥିଲେ ବି ଏପରି ଘଟଣାକୁ ଅଟକାଇ ନଥିଲେ । ସେପଟେ ଏହି ଭିଡିଓ ଭାଇରାଲ ହେବା ପରେ ଝିଅ ପାଇଁ ନ୍ୟାୟ ଦାବିରେ ଥାନାରେ ଦ୍ବାରସ୍ଥ ହୋଇଛନ୍ତି ପ୍ରକୃତିଙ୍କ ପରିବାର।
ଭୁବନେଶ୍ବର ସତ୍ୟନଗରର ଗେଷ୍ଟ ହାଉସରେ ପ୍ରକୃତି ଓ ବାବୁସାନ ଅନେକ ସମୟରେ ରହୁଥିବା ଜଣା ପଡିଛି । ଏମିତିକି ବାଲକୋନୀରେ ଉଭୟଙ୍କୁ ବହୁବାର ଦେଖିଥିବା କହିଛନ୍ତି ପ୍ରତ୍ୟକ୍ଷଦର୍ଶୀ । ସେପଟେ ବାବୁସାନ ଏକ ବର୍ଷ ଧରି ଘରକୁ ଆସୁନାହାନ୍ତି କି ସ୍ତ୍ରୀ ଓ ପୁଅକୁ ପଚାରୁ ନଥିବା କହିଛନ୍ତି ତୃପ୍ତିଙ୍କ ମାଉସୀ । ବାବୁସାନ୍ ଓ ପ୍ରକୃତିଙ୍କ ସମ୍ପର୍କ ନେଇ ଉଭୟ ପରିବାର ମଧ୍ୟ ଜାଣିଛନ୍ତି । ଆଜି ସକାଳୁ ପୋର୍ଟବ୍ଲେୟାର ଯିବା ପାଇଁ ବିମାନବନ୍ଦର ଯିବା ସମୟରେ ତୃପ୍ତି ଖବର ପାଇ ପହଞ୍ଚି ରାସ୍ତାରେ ତୁମୁଳୁକାଣ୍ଡ ଘଟାଇଥିବା ସେ କହିଛନ୍ତି ।