ଏଥିଲାଗି ଭାରତ ସରକାରଙ୍କୁ ଚେତାଇଦେଵା ଲାଗି ଆସନ୍ତା ଡିସେମ୍ବର ୧୨ ତାରିଖରେ ଏହି ତିନି ରାଜ୍ୟର ପ୍ରାୟ ୧୦ହଜାର କୁଡୁମୀମହାନ୍ତ ଦିଲ୍ଲୀ ଯାଇ ସଂସଦ ଭବନ ଘେରାଉ କରିବା ସହିତ "ହୁଡକା ଜାମ୍" କାର୍ଯ୍ୟକ୍ରମ ପ୍ରସ୍ତୁତ କରିଛି। ବାରିପଦା ଠାରେ ଆଜି ଏକ ଆନ୍ତଃଜିଲ୍ଲା କୁଡୁମୀ ସେନା ର ସମନ୍ୱୟ ବୈଠକ ତଥା ସାମ୍ବାଦିକ ସମ୍ମିଳନୀ କରିଛି। ଓଡିଶା କୁଡୁମୀ ସେନାର ଅଧ୍ୟକ୍ଷ ଜୟୀମୂନୀ ମହାନ୍ତଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି ବୈଠକରେ ପଶ୍ଚିମବଙ୍ଗର କୁଡୁମୀ ସେନାର ଅଧ୍ୟକ୍ଷ ରାଜେଶ ମହାନ୍ତ ଓ ଝାଡଖଣ୍ଡର ଅଧ୍ୟକ୍ଷ ଲାଲଟୁ ମହାନ୍ତ ଯୋଗ ଦେଇଛନ୍ତି। କେନ୍ଦ୍ର ସରକାର ଆଗାମୀ ଦିନରେ କୁଡୁମୀ-ମହାନ୍ତ ଙ୍କ ଦାବି ନ'ମାନିଲେ ଏହି ତିନିରାଜ୍ୟ ର କୁଡୁମୀ ସେନା ରାଜରାସ୍ତାକୁ ଓହ୍ଲାଇବା ସହିତ ଚକଅଖ ଓ ସରକାରୀ ବ୍ୟବସ୍ଥାକୁ ଜାମ୍ କରିବା ଭଳି ଆନ୍ଦୋଳନ କରିବ। କେବଳ ସେତିକି ନୁହେଁ କୁଡୁମୀ ମହାନ୍ତ ମାନେ ଏବେ ସରକାର ବନେଇବା ପରିବର୍ତ୍ତେ ସରକାର ଭାଙ୍ଗିବେ ବୋଲି ଚରମ ଚେତାବନୀ ଦେଇଛନ୍ତି।