ଗଳା ପୋଲ ପାଇଁ ଜିଲ୍ଲା ପ୍ରଶାସନ ଓ ଲୋକପ୍ରତିନିଧଙ୍କ ନିକଟରେ ଦାବି ପରେ ମଧ୍ୟ କେହି ନଶୁଣିବାରୁ ଆଜି ବାଧ୍ୟ ହୋଇ ପାଲବଣୀ ଛାଞ୍ଚ ଛକ ଠାରେ ସ୍ଥାନୀୟ ବାସିନ୍ଦା ଜାତୀୟ ରାଜପଥକୁ ଅବୋରଧ କରି ବସିଛନ୍ତି । ଫଳରେ ରାଜପଥର ଉଭୟ ପାର୍ଶ୍ବରେ ଶହ ଶହ ଗାଡି ଅଟକି ରହିଛି ।
ଘଟଣାସ୍ଥଳରେ ବାରିପଦା ଟାଉନ ଥାନା ପୋଲିସ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝା ସୁଝା ପରେ ମଧ୍ୟ ରାସ୍ତାରୋକ ହଟିନଥିଲା । ତେବେ ପାଖାପାଖି ୨ ଘଣ୍ଟା ପରେ ପ୍ରଶାସନ ପକ୍ଷରୁ ଆଶ୍ବାସନା ଦିଆଯିବା ପରେ ରାସ୍ତାରୋକ ହଟିଥିଲା ଏବଂ ଚଳପ୍ରଚଳ ସ୍ୱାଭାବିକ ହୋଇଥିଲା ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।