ବୁଲିବା ପରେ ଶେଷରେ ବୈତରଣୀ ନଦୀର ସିଧେଶ୍ୱର ଘାଟ ନିକଟରେ ବିସର୍ଜନ କରାଯିବ । ଏହି ଅସ୍ଥି କଳସ ଶୋଭାଯାତ୍ରା ତାଙ୍କର ହଜାର ହାଜର କର୍ମୀ ଓ ବିଷ୍ଣୁ ପ୍ରେମୀମାନେ ସାମିଲ ହୋଇଛନ୍ତି । ବିଜେପିର ରାଜ୍ୟ ସଭାପତି ତଥା ବରିଷ୍ଠ ବିଜେପି ନେତା ମନମୋହନ ସାମଲ ବି ସାମିଲ ହୋଇଛନ୍ତି । ତାଙ୍କ ଅସ୍ଥି କଳସ ଶୋଭାଯାତ୍ରା ତାଙ୍କ ପୈତୃକ ଗ୍ରାମରୁ ବାହାରି ତିହିଡି଼ ବଜାର, ଦୋଳସାହି, ବୋଡ଼କ, ସହିଦନଗର, ମଙ୍ଗଳପୁର, ଅସୁରାଳୀ, କୋଠାର, ଧାମନଗର, ଦୋବଲ, ଆନନ୍ଦପୁର ଦେଇ ଶେଷରେ ସିଧେଶ୍ୱର ଘାଟରେ ପହଞ୍ଚିବ ।
ସେଠାରେ ଶେଷଥର ପାଇଁ ଏହି ଅସ୍ଥି ବିସର୍ଜନ କରାଯିବ । ଏହି ଅସ୍ଥି ବିସର୍ଜନ କଳସକୁ ତାଙ୍କ ପୁଅ ତଥା ଧାମନଗର ନିର୍ବାଚନୀ ମଣ୍ଡଳୀର ଯୁବ ନେତା ସ୍ୱର୍ଯ୍ୟବଂଶୀ ସୁରଜ ପୂଜାର୍ଚ୍ଚନା କରାଯିବା ପରେ ତାଙ୍କ ଘରୁ ଏକ ଶୋଭାଯାତ୍ରା ଗାଡିରେ ରଖି ନିର୍ବାଚନ ମଣ୍ଡଳୀ ପରିକ୍ରମା କରାଯାଉଛି ।
ଏକାଧିକ ଲେଖକ, କବି ରାଜ୍ୟ ରାଜନୀତିର ଜଣେ ଟାଣୁଆ ନେତା ଥିବା ସ୍ବର୍ଗତ ବିଷ୍ଣୁ ସେଠୀ ନାହାନ୍ତି ସତ ତାଙ୍କୁ ଆଜିବି ତାଙ୍କ ନିର୍ବାଚନୀ ମଣ୍ଡଳୀର ଲୋକମାନେ ଝୁରୁଛନ୍ତି । କେବଳ ତାଙ୍କ ନିର୍ବାଚନୀ ମଣ୍ଡଳୀ ନୁହେଁ ସାରା ଜିଲ୍ଲା ତଥା ଜିଲ୍ଲା ବାହାରୁ ଆସିଥିବା ଲୋକମାନେ ଆଜି ତାଙ୍କୁ ମନେ ପକାଉଛନ୍ତି । ବିଶେଷ କରି ତାଙ୍କ ସହିତ ଯିଏ 30 ବର୍ଷ ଧରି ରାଜନୀତିରେ କାମ କରିଥିଲେ ତାଙ୍କ ମନରେ ଆଜି ବି ବିଷ୍ଣୁ ସେଠୀ ଜୀବିତ ଅଛନ୍ତି । ତାଙ୍କ ଭଳି ନେତା ଆଉ ଥରେ ଧରା ପୃଷ୍ଠରେ ଜନ୍ମ ନିୟନ୍ତୁ ବୋଲି କହିଛନ୍ତି ସ୍ଥାନୀୟ ଲୋକେ । ସେହିପରି ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର କର୍ମୀମାନେ ବି ଯେଉଁ ମାନେ ତାଙ୍କ ସହିତ ମିଶି କାମ କରିଥିଲେ ସେମାନଙ୍କ ଜୀବନ ଥିଲା ପର୍ଯ୍ୟନ୍ତ ବିଜେପି ଦଳ ଥିବା ପର୍ଯ୍ୟନ୍ତ ସ୍ବର୍ଗତ ବିଷ୍ଣୁ ସେଠୀଙ୍କୁ ଭୁଲି ପାରିବୁନାହିଁ ବୋଲି କହିଛନ୍ତି ।
ଆହୁରି ପଢନ୍ତୁ ଓଡିଶା ଖବର...