ଆଉ ସବୁଠୁ ବଡ଼ କଥା ହେଉଛି ଏହି ଜାମୁକୋଳି ଗୋଶାଳା କୁ ମୁଖ୍ୟମନ୍ତ୍ରୀ ନିଜେ ଯାଇ ପରିଦର୍ଶନ କରିଥିବା ବେଳେ ସେଠାରେ ଥିବା ବୁଲା ଷଣ୍ଢ ଙ୍କ ର ମୃତ୍ୟୁ ପ୍ରତ୍ୟକ ଦିନ ଘଟୁଛି । ଆଉ ଏହାର ପ୍ରତିବାଦ କରି ଜଣେ ଯୁବକ ମହା ପ୍ରଭୁ ଶିବ ଭଗବାନ ଙ୍କ ବେଶ ଧରି ନନ୍ଦୀ missing ଲେଖି ସାରା ସହର ବୁଲୁଛନ୍ତି
ଅର୍ଗସ ବ୍ୟୁରୋ: କୁଆଡେ ଗଲା ନନ୍ଦୀ । ପବିତ୍ର ଜାଗର ଉତ୍ସବ ରେ ରାଜଧାନୀ ସାରା ନିଜ ବାହନ କୁ ଖୋଜି ବୁଲୁଛନ୍ତି ଶିବ ମହାପ୍ରଭୁ । ନିକଟରେ ରାଜଧାନୀରେ ବୁଲୁଥିବା ସମସ୍ତ ବୁଲା ଷଣ୍ଢ ମାନଙ୍କୁ BMC ଏକତ୍ର ସ୍ଥାନରେ ରଖିଥିଲା । ଜାମୁକୋଳି ଗୋଶାଳା ଓ କ୍ରିଷ୍ନା ଗୋଶାଳରେ ସହରରୁ ସମସ୍ତ ବୁଲା ଷଣ୍ଢ କୁ ଉଠେଇ ନେଇ ଏକା ସ୍ଥାନରେ ରଖିଥିଲା bmc । ପରେ ଖାଦ୍ୟ ଓ ରକ୍ଷଣାବେକ୍ଷଣ ଅଭାବରୁ ପ୍ରତ୍ୟକ ଦିନ 9 ରୁ 10 ବୁଲା ଷଣ୍ଢ ମାନଙ୍କର ମୃତ୍ୟୁ ହେଉଛି ।
ଆଉ ସବୁଠୁ ବଡ଼ କଥା ହେଉଛି ଏହି ଜାମୁକୋଳି ଗୋଶାଳା କୁ ମୁଖ୍ୟମନ୍ତ୍ରୀ ନିଜେ ଯାଇ ପରିଦର୍ଶନ କରିଥିବା ବେଳେ ସେଠାରେ ଥିବା ବୁଲା ଷଣ୍ଢ ଙ୍କ ର ମୃତ୍ୟୁ ପ୍ରତ୍ୟକ ଦିନ ଘଟୁଛି । ଆଉ ଏହାର ପ୍ରତିବାଦ କରି ଜଣେ ଯୁବକ ମହା ପ୍ରଭୁ ଶିବ ଭଗବାନ ଙ୍କ ବେଶ ଧରି ନନ୍ଦୀ missing ଲେଖି ସାରା ସହର ବୁଲୁଛନ୍ତି
ଅର୍ଗସ ବ୍ୟୁରୋ: ମଦ ବ୍ୟବସାୟୀଙ୍କ ଘରେ ଆଇଟି ରେଡ କରିବା ପ୍ରସଙ୍ଗରେ ବିଜେଡି ଉପରେ ବର୍ଷିଛନ୍ତି ବିଜେପି ଉପସଭାନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର।
ବିଜେଡ଼ି ନେତା ଏବଂ ରାଜ୍ୟ ସରକାରଙ୍କ ସଂପୃକ୍ତି ନେଇ ସାଂଘାତିକ ଅଭିଯୋଗ ଆଣିଲା ବିଜେପି । ସେ କହିଛନ୍ତି ଯେ, ମନ୍ତ୍ରୀ ନିରଞ୍ଜନ ପୂଜାରୀ, ପ୍ରଦୀପ ଅମାତ, ଟୁକୁନି ସାହୁ ଏବଂ ବିଜେଡ଼ି ନେତା ଯୋଗେଶ ସିଂଙ୍କ ଭଳି ନେତା ସଂପୃକ୍ତ ଅଛନ୍ତି ବୋଲି ବିଜେପିର ଅଭିଯୋଗ । କଂଗ୍ରେସର ଝାଡ଼ଖଣ୍ଡ ସାଂସଦ ହେଉଛନ୍ତି ମାଲିକ । କିନ୍ତୁ ବିଜେଡ଼ି ହେଉଛି ମ୍ୟାନେଜର । ଭିଜିଲାନ୍ସ, କ୍ରାଇମ ବ୍ରାଞ୍ଚ, ଅବକାରୀ ବିଭାଗ, ଇଓଡବ୍ଲ୍ୟୁ କଣ କରୁଥିଲେ ? ଏହି ମଦ ବ୍ୟବସାୟୀ ହିଁ ନିର୍ବାଚନ ସମୟରେ ବିଜେଡିର ମଦ ଏବଂ ଟଙ୍କାର ସୋର୍ସ ।
ବାରମ୍ବାର ଗୋଟିଏ କମ୍ପାନୀକୁ ଟେଣ୍ଡର ନେଇ ମଧ୍ୟ ପ୍ରଶ୍ନ ଉଠାଇଛି ବିଜେପି । ମୁଖ୍ୟମନ୍ତ୍ରୀ ତାଙ୍କ ନେତା ଏବଂ ମନ୍ତ୍ରୀଙ୍କ ସଂପୃକ୍ତି ନେଇ ସ୍ପଷ୍ଟ କରନ୍ତୁ । ମୋଦିଙ୍କ ଗ୍ୟାରେଣ୍ଟି ଯୋଗୁଁ ଏତେ ବଡ ରେଡ ସମ୍ଭବ ହୋଇଛି । ପୂର୍ବରୁ କଂଗ୍ରେସ ଶାସନରେ କେତେ ଟଙ୍କା ଆତ୍ମସାତ ହେଇଥିଲା କେହି ଜାଣି ପାରୁନଥିଲେ । ମୋଦି ଗ୍ୟାରେଣ୍ଟି ଦେଇଛନ୍ତି, ଯେଉଁଠି ଦୁର୍ନୀତି ହେବ ସେ ଟଙ୍କା ଧାରା ପଡ଼ିବ ଏବଂ ଲୋକଙ୍କ ପାଖକୁ ଫେରିବ ।
ଅଧିକ ପଢ଼ନ୍ତୁ ଓଡିଶା ଖବର: