ଅଧିକ ପଢନ୍ତୁ : ଭିତର ରତ୍ନଭଣ୍ଡାର ଭିତରେ ଗୁପ୍ତକୋଠରୀ, ଗୁପ୍ତସୁଡଙ୍ଗ ରହସ୍ୟ ଖୋଜିବ ଜିପିଆର ସର୍ଭେ
ଗତକାଲି ପ୍ରଥମ ଦିନ ପେନିଟ୍ରେଟିଂ ସର୍ଭେରେ ପ୍ରାୟ ୩ ଘଣ୍ଟା ୫୦ ମିନିଟ୍ ଧରି ତନ୍ନ ତନ୍ନ କରି ଭିତର ଓ ବାହାର ରତ୍ନ ଭଣ୍ଡାରରେ ଯାଞ୍ଚ କରିଛନ୍ତି ଏନ୍ ଜି ଆର୍ ଆଇ ବୈଜ୍ଞାନିକ। ୩ ଜଣିଆ ଏନ୍ ଜି ଆର୍ ଆଇ ବୈଜ୍ଞାନିକ, ୩ ଜଣିଆ ଏ ଏସ ଆଇ ବୈଷୟିକ ବିଶେଷଜ୍ଞ ଟିମ୍ ରତ୍ନ ଭଣ୍ଡାର ଭିତର ଓ ବାହାର ରତ୍ନ ଭଣ୍ଡାର ସ୍ଥିତି ବିଷୟରେ ରେଡିଓ ଆକ୍ଟିଭ ୱେଭ ମାଧ୍ୟମରେ ଅଧିକ ତଥ୍ୟ ଯୋଗାଡ କରିପାରିଛି। ଏହି ଆଧାରରେ ହେବ ରତ୍ନ ଭଣ୍ଡାର ମରାମତି।