ଦିନ ୩ଟାରେ ଉଚ୍ଚ ଶିକ୍ଷା ସହ ଜଡ଼ିତ ବିଭିନ୍ନ ଶିକ୍ଷାନୁଷ୍ଠାନର ମୁଖ୍ୟଙ୍କ ସହ ଭିସି ଯୋଗେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ଓଡ଼ିଶାର ପ୍ରମୁଖ ଶିକ୍ଷାନୁଷ୍ଠାନ ମୁଖ୍ୟମାନଙ୍କ ଭର୍ଚୁଆଲ୍ ବୈଠକ କରାଯିବ ଏଥିରେ ଆଇଆଇଟି, ଆଇଆଇଏମ୍, ଏନ୍ଆଇଟି, ଆଇଜର, ଇଗ୍ନୋ, କେନ୍ଦ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟ (ଶ୍ରୀସହଦେବ କ୍ୟାମ୍ପସ, ପୁରୀ) ଓ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ, ଓଡ଼ିଶାର ସମୀକ୍ଷା ହେବ ।
କେନ୍ଦ୍ର ସରକାରଙ୍କ ଅଧୀନ ବିଭିନ୍ନ ସ୍କୁଲ ସଙ୍ଗଠନ ଯଥା କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନ, ସିବିଏସ୍ଇ, ନବୋଦୟ ବିଦ୍ୟାଳୟ ସଙ୍ଗଠନ, ଏନ୍ସିଟିଇ, ଏନ୍ସିଇଆରଟି ମୁଖ୍ୟମାନଙ୍କ ସହ ଅପରାହ୍ଣ ସାଢ଼େ ୪ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଆଲୋଚନା କରିବାର କାର୍ଯ୍ୟକ୍ରମ ଥିବା ଜଣାପଡ଼ିଛି ।