ବିଧାନସଭାରେ ପ୍ରଶ୍ନ ପଚାରିବାକୁ ଅଧିକାର ପାଇଛନ୍ତି ସମସ୍ତ ବିଧାୟକ । ଉତ୍ତର ଜାଣିବାର ବି ହକ ବିଧାୟକ ମାନଙ୍କୁ ମିଳିଛି । କିନ୍ତୁ ବିଭିନ୍ନ ବିଭାଗର ମନ୍ତ୍ରୀ ମାନଙ୍କୁ ବିଜେପି ବିଧାୟକ ମାନେ ପଚାରିଥିବା ପ୍ରଶ୍ନ ଗୁଡ଼ିକୁ ଅଗ୍ରାହ୍ୟ କରି ଦେଉଛନ୍ତି ସରକାର । ଯାହାକୁ ନେଇ ଗୃହରେ ଦିନ ତମାମ ଅସନ୍ତୋଷ ଦେଖିବାକୁ ମିଳିଥିଲା । ଗତକାଲି ମୁକେଶ ମହାଲିଙ୍ଗ, ନାଉରୀ ନାଏକଙ୍କ ପ୍ରଶ୍ନକୁ ରିଜେକ୍ଟ କରାଗଲା । ତାର କାରଣ ବି କୁହାଗଲା ନାହିଁ । ଆଜି ମଧ୍ୟ ମୁକେଶ ମହାଲିଙ୍ଗ, ନାଉରୀ ନାଏକ, ନିତ୍ୟାନନ୍ଦ ଗଣ୍ଡଙ୍କ ପ୍ରଶ୍ନକୁ ରିଜେକ୍ଟ କଲେ । ଯଦି ରିଜେକ୍ଟ କଲେ ତେବେ ୫ ଦିନ ଭିତରେ କାରଣ ଦର୍ଶାଇବା କଥା । ସରକାରଙ୍କ ଚାପରେ ବାଚସ୍ପତି ମନମୁଖୀ ଭାବରେ ନିଷ୍ପତ୍ତି ନେଉଛନ୍ତି ବୋଲି ଅଭିଯୋଗ କରିଛି ବିଜେପି । ପ୍ରଶ୍ନ ନକରି ମଧ୍ୟ ସୋମବାର ମୁଖ୍ୟମନ୍ତ୍ରୀ ସ୍ପଷ୍ଟିକରଣ ଦେଲେ। ହେଲେ ପ୍ରଶ୍ନ ପଚାରିଲେ କାହିଁକି ଉତ୍ତର ମିଳୁନି ବୋଲି ପଚାରିଥିଲେ ବିଜେପି ବିଧାୟକ।
ସେପଟେ କଂଗ୍ରେସ ଗଣତନ୍ତ୍ର ଭୁଶୁଡ଼ି ପଡ଼ିବା ପ୍ରସଙ୍ଗରେ ମୁଲତବୀ ଆଣିଥିବାକୁ ଥିଲେ ବି ଶାସକ ଦଳ କଥା ରେ ପ୍ରସଙ୍ଗ ବଦଳାଇଥିବା ଅଭିଯୋଗ ଆଣିଛି ବିଜେପି। ଗୃହ ଅଚଳାବସ୍ଥାରେ ପାଇଁ ଉଭୟ ବିଜେପି ଓ ବିଜେଡିକୁ ଦାୟୀ କରିଛି କଂଗ୍ରେସ । ବିରୋଧୀଙ୍କୁ କାଉଣ୍ଟର କରିବାକୁ ଧାନର ସର୍ବନିମ୍ମ ସହାୟକ ମୁଲ୍ୟ ବୃଦ୍ଦି କଥା ଉଠାଇ ହଙ୍ଗମା କରିଛି ବିଜେଡି ।
ଏଠି ପ୍ରଶ୍ନ ଉଠୁଛି, କାହା ଇଶାରାରେ ଗ୍ରହଣ କରାଯାଉନାହିଁ ବିଜେପି ବିଧାୟକଙ୍କ ପ୍ରଶ୍ନ ? ସରକାରଙ୍କୁ ଘାରିଛି କେଉଁ ଅଜଣା ଭୟ ? ବିଭାଗୀୟ ମନ୍ତ୍ରୀ ମାନେ ବିରୋଧୀ ବିଧାୟକ ମାନଙ୍କ ପ୍ରଶ୍ନର ଉତ୍ତର ଦେଲେ ଖୋଲାଯିବ କି ବିଜେଡ଼ି ସରକାରର ଗୁମର ?
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର