ସୂଚନାନୁଯାୟୀ, ବାଣତୁମ୍ବୁ ଗ୍ରାମର ଆଦିତ୍ୟ ପଣ୍ଡା ଓ ତାଙ୍କ ସାଙ୍ଗ ବିଘ୍ନେସ ସାହୁ ଦୁହେଁ ମିଶି ଅପରାହ୍ନରେ ଭଞ୍ଜନଗର ଠାରେ ଥିବା ଏକ ଘରୋଇ କୋଚିଂ ସେଣ୍ଟରକୁ ଯାଉଥିଲେ । ନୂଆ ଗାଁ ବ୍ରିଜ ପୂର୍ବରୁ ଭଞ୍ଜନଗର ଠାରୁ କେନ୍ଦୁଝର ଯାଉଥିବା ଏକ ବସର ସାଇଡ ଡିକି ହଠାତ୍ ଖୋଲି ଯିବାରୁ ତାହା ଆଦିତ୍ୟର ସାଇକେଲରେ ବାଡେଇ ହୋଇଯାଇଥିଲା । ଫଳରେ ସେ ସାଇକେଲରୁ ଛିଟକି ରାସ୍ତା ଉପରେ କଚାଡ଼ି ହୋଇ ଗୁରୁତର ଆହତ ହୋଇଥିଲେ। ସଙ୍ଗେ ସଙ୍ଗେ ତାକୁ ସ୍ଥାନୀୟ ଲୋକମାନେ ଉଦ୍ଧାର କରି ଭଞ୍ଜନଗର ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ବେଲଗୁଣ୍ଠା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଟ୍ୟୁସନକୁ ଯାଉଥିବାବେଳେ ଧକ୍କା ଦେଲା ବସ୍ , ଛାତ୍ର ମୃତ

ଗଞ୍ଜାମ: ଗଞ୍ଜାମ ବେଲଗୁଣ୍ଠା ଥାନା ଅନ୍ତର୍ଗତ ବାଣତୁମ୍ବୁ ଗ୍ରାମରେ ଅଘଟଣ । ଭଞ୍ଜନଗରକୁ ଟିଉସନ ପାଇଁ ଯାଉଥିବା ବେଳେ ଜଣେ ଛାତ୍ରଙ୍କୁ ଧକ୍କା ଦେଲା ବସ । ସେ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ସ୍ଥାନୀୟ ଲୋକମାନେ ଉଦ୍ଧାର କରି ଭଞ୍ଜନଗର ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।
ଧସିଗଲା ମାଟି

ଅର୍ଗସ ବ୍ୟୁରୋ : ଯାଜପୁର ସୁକିନ୍ଦା କାଳିଆପାଣି ପଞ୍ଚାୟତ ଗୁରୁଜଙ୍ଗ ଅଞ୍ଚଳରେ ଥିବା ଫେକର ବେଦାନ୍ତ କ୍ରୋମାଇଟ ମାଇନ୍ସରୁ ଧସିଗଲା ମାଟି । ଫେକର କମ୍ପାନୀ ୧୯୯୨ ମସିହା ଠାରୁ ୨୫ ଏକର ଜମି ଲିଜ୍ ନେଇ ମାଇନ୍ସ ଖୋଲିଥିଲେ । ପରେ ଏହା ଏବେ ବେଦାନ୍ତକୁ ହସ୍ତାନ୍ତର କରିଛି ଫେକର । ମାତ୍ର ଫେକର ଅଧିନରେ ଚାଲୁଥିବା ବେଳେ ସେହି ମାଇନ୍ସଟି ଅଧିକ ଗଭୀରତା ଯୋଗୁଁ ୨୦୧୪ ମସିହାରେ ଭୁଷୁଡ
Download Argus News App
