ସବୁଠାରୁ ବଡ ଘୋଷଣା ହେଉଛି କେବଳ ପୁରୀରେ ହିଁ ରଥଯାତ୍ରା କରିବାକୁ ଅନୁମତି ଦିଆଯାଇଛି । ଅନ୍ୟ କୌଣସି ସ୍ଥାନରେ ବି ରଥଯାତ୍ରା ହୋଇପାରିବ ନାହିଁ । କେବଳ ମନ୍ଦିର ଭିତରେ ହିଁ ନୀତିକାନ୍ତି କରିବାକୁ ଅନୁମତି ଦିଆଯାଇଛି ।
ରଥଯାତ୍ରା ସମୟରେ ପୁରୀରେ କର୍ଫ୍ୟ ଲାଗୁ କରାଯିବ । କେବଳ ନିର୍ଦ୍ଧାରୀତ ସେବାୟତ ରଥଯାତ୍ରାରେ ସାମିଲ ହୋଇପାରିବେ । ସେବାୟତମାନେ ଟିକା ନେଇଥିବା ଜରୁରୀ । ଦୁଇଟି ଟୀକା କିମ୍ବା କୋଭିଡ ନେଗେଟିଭ ରିପୋର୍ଟ ଦେଖାଇ ହିଁ ଯାତ୍ରାରେ ସାମିଲ ହୋଇପାରିବେ। ଟ୍ରେନ କିମ୍ବା ବସରେ ଲୋକେ ପୁରୀକୁ ଯାତ୍ରା କରିପାରିବେନି । କେବଳ 500 ସେବାୟତ ରଥଯାତ୍ରାରେ ସାମିଲ ହୋଇପାରିବେ ।
ସୂଚନାଥାଉ କି, ଗତ ବର୍ଷ ମଧ୍ୟ ବିନା ଭକ୍ତର ରଥଯାତ୍ରା ଅନୁଷ୍ଠିତ ହୋଇଥିଲା । ସମଗ୍ର ପୁରୀ ଜିଲ୍ଲାରେ 144 ଧାରା ଲାଗୁ କରାଯାଇ ରଥଯାତ୍ରା କରାଯାଇଥିଲା । ଏଥର ମଧ୍ୟ ସେହି କ୍ରମର ପୁନରାବୃତ୍ତି କରାଯାଇଛି।