ଗିରଫ ଜଣଙ୍କ ହେଲେ ଆର୍ ଉଦୟଗିରି ଥାନା ଆଟ୍ଲିମା ଗାଁ ର ରାଜେନ୍ଦ୍ର ସିଂ । ପାଞ୍ଚ ଜଣ ବ୍ୟକ୍ତି ପାଞ୍ଚଟି ମୋଟର ସାଇକେଲରେ କିଛି ବ୍ୟାଗ୍ ଧରି ମୋହନା ଅଭିମୁଖେ ଯାଉଥିଲେ। ସେହି ସମୟରେ ପୋଲିସକୁ ଦେଖି ଗାଡ଼ି ବିପରୀତ ଦିଗକୁ ବୁଲାଇ ଫେରାର୍ ହେବା ପାଇଁ ଚେଷ୍ଟା କରିଥିଲେ ।
ତେଣୁ ପୋଲିସ୍ ସେମାନଙ୍କ ଉପରେ ସନ୍ଦେେହ କରି ସେମାନଙ୍କ ପିଛା କରି ଜଣଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ । ହେଲେ ଘଟଣା ସ୍ଥଳରୁ ଅନ୍ୟ ଚାରିଜଣ ଗାଡ଼ି ଛାଡି ଜଙ୍ଗଲ ମଧ୍ୟଦେଇ ଚମ୍ପଟ ମାରିବାରେ ସକ୍ଷମ ହୋଇଥିଲେ ।