ଗତକାଲି କେନ୍ଦୁପତ୍ର ଗୁଛା କାଟିବାକୁ ଯାଇ ସେ ଘରକୁ ଫେରିନଥିଲେ । ପରିବାର ଲୋକ ଏବଂ ଗ୍ରାମବାସୀ ବହୁ ଖୋଜାଖୋଜି ପରେ ଗାଁ ପାଖ ଜଙ୍ଗଲରେ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ । ବର୍ତ୍ତମାନ ଜଙ୍ଗଲ ବିଭାଗ ସେ ସ୍ଥାନରେ ପହଞ୍ଚି ଅନୁସନ୍ଧାନ ଜାରି ରଖିଛି ।
ସମ୍ବଲପୁର: ପୁଣିଥରେ ଦନ୍ତା ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ । ସମ୍ବଲପୁର ଜିଲ୍ଲା ରେଢାଖୋଲ ବନଖଣ୍ଡ ବସାଲୋଇ ଗାଁରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରିନାହିଁ ।