ହାତୀଟି ଯୁବକଙ୍କୁ ସମ୍ପୂର୍ଣ୍ଣ ଦଳି ଦେଇଛି । ବାରମ୍ବାର କୁଳଡ଼ିହାର ହାତୀ ଗାଁ ମୁହାଁ ହେଉଥିବା ବେଳେ, ବନ ବିଭାଗ ପକ୍ଷରୁ କୌଣସି ସ୍ଥାୟୀ ପଦକ୍ଷେପ ନିଆଯାଇପାରୁନାହିଁ । ଯାହାଦ୍ୱାରା ହାତୀ ଆକ୍ରମଣରେ ଅନେକଙ୍କ ପ୍ରାଣ ଅକାଳରେ ଯାଉଛି। ଫଳରେ ଅକାଳରେ ଚାଲିଯାଉଛି ଜୀବନ ।
ଦଳି-ଚକଟି ମାରିଲା ହାତୀ

ବାଲେଶ୍ବର : ବାଲେଶ୍ବର କୁଳଡିହାରେ ହାତୀ ଆକ୍ରମଣରେ ଯୁବକ ମୃତ। ନୀଳଗିରି ବ୍ଲକ ନରଣପୁର ପଞ୍ଚାୟତ ବାରାଗଡ଼ିଆ ଗାଁର ଯୁବକ ଶ୍ୟାମସୁନ୍ଦର ସିଂଙ୍କ ମୃତ୍ୟୁ ହୋଇଛି । ଗତକାଲି ଗାଁ ନିକଟ ନକୁଳକର ହାଟକୁ ଯାଇଥିଲେ ଶ୍ୟାମ । ହାଟରୁ ପରିବା ନେଇ ସାଇକେଲ ଯୋଗେ ଘରକୁ ଫେରିବା ରାସ୍ତାରେ ଆଜି ତାଙ୍କର ମୃତଦେହ ଉଦ୍ଧାର ହୋଇଛି ।
Download Argus News App
