ମୃତକଙ୍କ ପରିବାର ଲୋକେ ବିଭିନ୍ନ ଦାବି ରଖିଥିବା ବେଳେ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଏବଂ ଉପ ଜିଲ୍ଲାପାଳ ଙ୍କ ହସ୍ତକ୍ଷେପ ପରେ ଯାତାୟାତ ସ୍ୱାଭାବିକ ହୋଇଥିଲା । ସୂଚନା ଅନୁଯାୟୀ ଚିକଲି ଗ୍ରାମର କମଳ ଲୋଚନ ନାୟକ ନିଜର ବ୍ୟକ୍ତିଗତ କାମରେ ନବରଙ୍ଗପୁର ବ୍ଲକ ଧାରନାବେଡା ଗ୍ରାମକୁ ଯାଇ ସାଇକେଲ ଯୋଗେ ନିଜ ଗାଁ ଚିକିଲି କୁ ଫେରୁଥିଲେ l ତେବେ, ଚିକିଲି ଛକ ନିକଟରେ NH-26 ନମ୍ବର ରାସ୍ତା ପାର ହେବା ସମୟ ରେ ଏକ ଅଜଣା ବାଇକ ଧକ୍କା ଦେଇଥିଲା l ଫଳରେ ଘଟଣାସ୍ଥଳ ରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା l ଖବର ପାଇ ଗ୍ରାମବାସୀ ଓ ମୃତକ ଙ୍କ ପରିବାର ଘଟଣାସ୍ଥଳ କୁ ଆସି ଉତ୍ତେଜିତ ହେବା ସହ ରାସ୍ତାରେ ଶବ ରଖି କ୍ଷତିପୂରଣ ସହ ଦୋଷୀ ଙ୍କୁ ଗିରଫ କରିବା ଦାବୀ ରଖି ଧାରଣା ଦେଇଥିଲେ l ଫଳରେ ଉକ୍ତ ରାସ୍ତା ଦେଇ ଗମନାଗମନ ବାଧାପ୍ରାପ୍ତ ହୋଇଥିଲା l ନବରଙ୍ଗପୁର ଠାରୁ ଉମରକୋଟ ସହ ପୋଡ଼ଶୀ କଳାହାଣ୍ଡି ଓ କୋରାପୁଟ ଜିଲ୍ଲା କୁ ଯାନ ବାହାନ ଚଳାଚଳ ବନ୍ଦ ରହିଥିଲା l
ଖବରପାଇ ପାପଡାହାଣ୍ଡି ପୋଲିସ ଓ ନବରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ଓ ଉପ ଜିଲ୍ଲାପାଳ ଘଟଣାସ୍ଥଳରେ ପହଂଚି ଲୋକଙ୍କୁ ବୁଝାସୁଝା କରି ପ୍ରତିଶୃତି ଦେଲାପରେ ହଟିଛି ରାସ୍ତାରୋକ । ମୃତକଙ୍କ ପରିବାର କୁ ରେଡକ୍ରସ୍ ତରଫରୁ 10000 ଟଙ୍କା ସଡକ ଦୁର୍ଘଟଣା ବାବଦରେ 2 ଲକ୍ଷ ଟଙ୍କା ଏବଂ ହରିସ୍ ଚନ୍ଦ୍ର ଯୋଜନାରେ 2500 ଟଙ୍କା ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଅତିରିକ୍ତ ଜିଲ୍ଲାପାଳ । ଏହା ସହ ଦୁର୍ଘଟଣା ସ୍ଥଳରେ ସ୍ପୀଡ଼ ବ୍ରେକର୍ , ଏଲଇଡି ଲାଇଟ୍ , ସିସି କେମେରା ଲଗାଇବାକୁ ଦାବି କରିଛନ୍ତି ଚିକିଲି ଗ୍ରାମବାସୀ !
ଅଧିକ ପଢ଼ନ୍ତୁ ଓଡିଶା ଖବର: