ଭୋକ ମାନେନି ସ୍ଥାନ କାଳ
ଅନୁଗୁଳ: ଗଛକୁ ପିଟି ସ୍କୁଟି ଆରୋହୀ ମୃତ । ଏଭଳି ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଗଡ଼ମଣ୍ଡଳ ଛକ ନିକଟରେ । ଭାରସାମ୍ୟ ହରାଇ ଏକ ସ୍କୁଟି ଗଛରେ ପିଟିବା ପରେ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ଛେଣ୍ଡିପଦା ଥାନା ପାତ୍ରପଡା ଗ୍ରାମର ପ୍ରସନ୍ନ କୁମାର ସାହୁ ଘରୁ ବାଗେଡ଼ିଆ ଆଡକୁ ଯାଉଥିଲେ ।
ବାଟରେ ଗଡମଣ୍ଡଳ ଛକରେ ପହଞ୍ଚିବା ପୂର୍ବରୁ ରାସ୍ତାକଡ଼ ଗଛରେ ଭାରସାମ୍ୟ ହରାଇ ପ୍ରସନ୍ନଙ୍କ ସ୍କୁଟି ପିଟି ହୋଇଥିଲା। ଘଟଣାସ୍ଥଳରେ ପ୍ରସନ୍ନ ଗୁରୁତର ଅବସ୍ଥାରେ କିଛି ସମୟ ପଡ଼ିବା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଆମ୍ବୁଲାନ୍ସ ମାଧ୍ୟମରେ ଛେଣ୍ଡିପଦା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ପୋଲିସ ପହଞ୍ଚି ମୃତଦେହ ଜବତ କରି ଛାନଭିନ୍ କରୁଛି ।