ଫଳରେ ଦୁଇଜଣକଙ୍କ ମଧ୍ୟରୁ ଜଣକର ବାମ ହାତର ପାପୁଲି ଛିଣ୍ଡିଯାଇଥିଲା । ଅନ୍ୟଜଣଙ୍କର ମୁଣ୍ତରେ ଗଭୀର ଆଘାତ ଲାଗିଥିଲା । ଖବରପାଇ ପୋଲିସ ଘଟଣାସ୍ଥଳରୁ ଦୁଇଜଣକୁ ଉଦ୍ଧାର କରି ଡାକ୍ତରଖାନା ନେଇଆସିଥିଲେ । ହେଲେ ସେଠାରେ ଜଣକୁ ଡାକ୍ତର ମ୍ତତ୍ୟୁ ଘୋଷଣା କରିଥିବା ବେଳେ ଅନ୍ୟ ଜଣକୁ ଭଦ୍ରକ ଡାକ୍ତରଖାନା ସ୍ଥାନାନ୍ତର କରିଥିଲେ ।
ବାଇକକୁ ଧକ୍କାଦେଲା ଟ୍ରକ, ଜଣେ ମୃତ

ଭଦ୍ରକ: ବାଇକକୁ ଧକ୍କାଦେଲା ଟ୍ରକ, ଜଣେ ମୃତ ଓ ଜଣେ ଗୁରୁତର। ଏଭଳି ଘଟଣା ଘଟିଛି ବାସୁଦେବପୁର ହାଇସ୍କୁଲ ଛକ ନିକଟରେ । ମୃତ ଯୁବକ ବାଲିମୁଣ୍ଡା ଅଂଚଳର ରତନ ମାଇତିଙ୍କ ପୁଅ ଦୀପକ ମାଇତି ହୋଇଥିବାବେଳେ ଗୁରୁତର ଯୁବକଙ୍କ ପରିଚୟ ମିଳିପାରି ନାହିଁ । ଇଛାପୁର ରାସ୍ତାରୁ ଦୁଇ ଜଣ ବାଇକ ଯୋଗେ ଆସୁଥିବାବେଳେ ହାଇସ୍କୁଲ ଛକ ନିକଟରେ ଟ୍ରକ ବାଇକକୁ ଧକ୍କା ଦେଇଥିଲା । ଫଳରେ ଦୁଇ ବାଇକ୍ ଆରୋହି ବାଇକରୁ ଛିଟିକିଯାଇ ରାସ୍ତାରେ ପଡିଥିଲେ ।
Download Argus News App
