ନାତି ନବୀନ ମହାକୁଳ ଜାଣିବା ପରେ ଅଜାକୁ ଏଥିରୁ ନିବୃତ ରହିବା ପାଇଁ କହିଥିଲେ। ତେବେ ଗତକାଲି ସେହି ଘଟଣାକୁ କେନ୍ଦ୍ର କରି ଅଜା ନାତି ମଧ୍ୟରେ ଯୁକ୍ତିତର୍କ ହୋଇଥିଲା।ଏଥିରେ ଉତକ୍ଷିପ୍ତ ହୋଇ ନାତି ଏକ ଠେଙ୍ଗାରେ ଅଜାକୁ ଆକ୍ରମଣ କରିଥିଲେ।ଫଳରେ ଘଟଣା ସ୍ଥଳରେ ଅଜାର ମୃତ୍ୟୁ ଘଟିଥିଲା।ପରେ ଗ୍ରାମବାସୀଙ୍କ ଠାରୁ ସୂଚନା ପାଇ ପାଳଲହଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ନାତି ନବୀନ ମହାକୁଳକୁ ଗିରଫ କରିଛି। ଏହା ସହ ଶବ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପାଳଲହଡା ଡାକ୍ତରଖାନା କୁ ପଠାଇଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର: