ହେଲେ ବିଜୟ ଏକ ସାର ଦୋକାନରୁ ବିଷ କିଣି ପିଇ ଦେଇଥିବା ଜଣାପହିଛି। ଏହାର ଏକ ଭିଡିଓ କରି ସଙ୍ଗସାଥୀଙ୍କୁ ଜଣାଇବା ପରେ ମୁର୍ମୁଷ ଅବସ୍ଥାରେ ଘର ଲୋକେ ଆଣି ବାଲେଶ୍ୱର ଫକୀରମୋହନ ମେଡିକାଲ କଲେଜରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ଖାନାରେ ତାଙ୍କର ମୃତ୍ୟୁ ହୋଇଯାଇଛି।ପୂର୍ବରୁ ଶଯ୍ୟାଶାୟୀ ହୋଇ ୪ ବର୍ଷ ହେଲା ବିଛଣାରେ ପଡିଥିଲେ।
ଚିକିତ୍ସା ପାଇଁ ଅନେକ ଥର ରାଜ୍ୟ ସରକାରଙ୍କୁ ନିବେଦନ କରିଥିଲେ। କୌଣସି ସହାୟତା ମିଳିନଥିଲା। ଶେଷରେ ବିଷ ପାନ କରି ଆତ୍ମହତ୍ୟା କରିଛନ୍ତି। ତାଙ୍କର ଛାତିପାଖରୁ ଗୋଡ ପର୍ଯ୍ୟନ୍ତ କୌଣସି ଅଙ୍ଗପ୍ରତ୍ୟଙ୍ଗ ଠିକ ଭାବରେ କାମ କରୁନଥିଲା। ଅର୍ଥାଭାବରୁ ଉପଯୁକ୍ତ ଚିକିତ୍ସା କିଳିନଥିଲା।
ଏନେଇ ସେ ଜିଲ୍ଲା ପ୍ରଶାସନଠୁ ଆରମ୍ଭ କରି ସ୍ଥାନୀୟ ନେତୃବୃନ୍ଦ ସମସ୍ତଙ୍କ ନିକଟରେ ଗୁହାରି କରିଥିଲେ। ମାତ୍ର କାହାଠାରୁ ତାଙ୍କୁ ସହାୟତା ମିଳିନଥିଲା। ପରିବାରର ଆର୍ଥିକ ଅବସ୍ଥା ଶୋଚନୀୟ ଥିଲ। ମୁଣ୍ଡ ଗୁଞ୍ଜିବା ପାଇଁ ଘର ଖଣ୍ଡେ ବି ନାହିଁ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।