ଆଜି ନଯାଇ କାଲିକି ସମସ୍ତେ ଯିବା ପାଇଁ ପପୁକୁ କହିଥିଲେ । ଏତିକି କହିବା ପରେ ପପୁ ରାଗିଯାଇ ଘର ଭିତରକୁ ପଳାଇ ଯାଇଥିଲା । ଘର ଭିତରେ ଶାଢ଼ୀ ଲଗାଇ ଆତ୍ମହତ୍ୟା କରିଥଲା । ଚିତ୍କାର ଶୁଣି ପରିବାର ଲୋକ ଉଦ୍ଧାର କରି ବାସୁଦେବପୁର ମେଡିକାଲ ରେ ଭର୍ତି କରିଥିଲେ । ହେଲେ ଡାକ୍ତର ମୃତ ଘୋଷଣା କରିଥିଲେ ।
ସାମାନ୍ୟ କଥାକୁ ନେଇ ନାବାଳକର ଆତ୍ମହତ୍ୟା

ଅର୍ଗସ ବ୍ୟୁରୋ: ସାମାନ୍ୟ କଥାକୁ ନେଇ ନାବାଳକର ଆତ୍ମହତ୍ୟା । ଏଭଳି ଅଘଟଣ ଘଟିଛି ବାସୁଦେବପୁର ବ୍ଲକ ର ବରଣ୍ଡୁଆ ପଂଚାୟତରେ । ମୃତ ନାବାଳକ ସେହି ଗାଁର ରମେଶ ମଲ୍ଲିକଙ୍କ ସାନ ପୁଅ ପପୁ ମଲ୍ଲିକ (11) । ପପୁଙ୍କ ସମ୍ପର୍କୀୟଙ୍କ କହିବାନୁସାରେ, ପପୁ ଗତକାଲି ରାତିରେ ବେତଡାରେ ହେଉଥିବା ଲକ୍ଷ୍ମୀପୂଜା ଦେଖିବା ପାଇଁ ବେତଡ଼ା ବାହାରିଥିଲା । ହେଲେ ପପୁର ପରିବାର ଲୋକ ତାକୁ ବାରଣ କରିଥିଲେ ।
Download Argus News App
