ଗତକାଲି ରାତିରେ ଉଭୟ ଘରେ ଶୋଇଥିବାବେଳେ ସ୍ୱାମୀ ରୂପା ପହଞ୍ଚି କଟୁରୀରେ ସ୍ତ୍ରୀର ପ୍ରେମିକକୁ ଚୋଟେ ପକାଇଥିଲେ । ଫଳରେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ପାର୍ବତୀକୁ ଗୁରୁତର ଅବସ୍ଥାରେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଖବରପାଇ କରଞ୍ଜିଆ ପୋଲିସ ପହଞ୍ଚି ହତ୍ୟାକାଣ୍ଡରେ ବ୍ୟବହୃତ କଟୁରୀ ଜବତ କରିବା ସହ ଅଭିଯୁକ୍ତ ରୂପାକୁ ଏବଂ ତା ସହଯୋଗୀକୁ ଗିରଫ କରିଛି ।
ସ୍ୱାମୀର କଟୁରୀ ଚୋଟରେ ସ୍ତ୍ରୀର ପ୍ରେମିକର ମୃତ୍ୟୁ

ମୟୁରଭଞ୍ଜ: ପରକିୟା ପ୍ରୀତିର କରୁଣ ପରିଣତି । ସ୍ୱାମୀର କଟୁରୀ ଚୋଟରେ ସ୍ତ୍ରୀର ପ୍ରେମିକର ମୃତ୍ୟୁ । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ତାନା ବୁଢୀଗାଁରେ ଅଭାବନୀୟ ଘଟଣା । ବୁଢ଼ୀଗାଁ ଗାଁର ରୁପା ହେମ୍ବ୍ରମଙ୍କ ପତ୍ନୀ ପାର୍ବତୀ ହେମ୍ବ୍ରମ ସହ ସେହି ଗାଁର ଫୁଟେ ଦେହୁରୀର ସଂପର୍କ ରହିଥିଲା । ରୂପା ଘରେ ନଥିବା ସମୟରେ ଫୁଟେ ପାର୍ବତୀଙ୍କୁ ଭେଟିବା ପାଇଁ ଘରକୁ ଆସୁଥିଲା ।
Download Argus News App
