ଆଜି ସକାଳୁ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ପରେ ବିମଳା ମନ୍ଦିର ଦର୍ଶନ ପରେ ପାହାଚରେ ବସିଥିବା ବେଳେ ଅଣନିଶ୍ୱାସୀ ହୋଇପଡି ଅଚେତ ହୋଇଯାଇଥିଲେ।
ଅର୍ଗସ ବ୍ୟୁରୋ: ଜଗା ଦର୍ଶନ ହେଲା ଶେଷ ଦର୍ଶନ। ଶ୍ରୀମନ୍ଦିରରେ ଦର୍ଶନ କରୁଥିବା ବେଳେ ବିମଳା ମନ୍ଦିର ଠାରେ ଅଘଟଣ ଘଟିଛି । ଛତିଶଗଡ଼ରୁ ଶ୍ରୀମନ୍ଦିର ଦର୍ଶନ ପାଇଁ ଆସିଥିବା ଭକ୍ତ Y G Murti ବିମଳା ମନ୍ଦିର ଠାରେ ଅଚେତ ହୋଇ ପଡିଯାଇଥିଲେ। ପରିବାର ଲୋକେ ତୁରନ୍ତ ତାଙ୍କୁ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆଣିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।
ଆଜି ସକାଳୁ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ପରେ ବିମଳା ମନ୍ଦିର ଦର୍ଶନ ପରେ ପାହାଚରେ ବସିଥିବା ବେଳେ ଅଣନିଶ୍ୱାସୀ ହୋଇପଡି ଅଚେତ ହୋଇଯାଇଥିଲେ।
ଅନୁଗୋଳ: ରୋଗୀ ନେଲାବେଳେ କାଦୁଅରେ ଦୀର୍ଘ ସମୟ ଫସିଲା ଆମ୍ବୁଲାନ୍ସ । ଅନୁଗୁଳ ଜିଲ୍ଲା ପାଳଲହଡା ବ୍ଲକ ଝରବାହାଳ ଗାଁରୁ ଆସିଛି ଅଭାବନୀୟ ଦୃଶ୍ୟ । ରଞ୍ଜ ଗାଁଠୁ ଝରବାହାଳ ଗାଁ ପର୍ଯ୍ୟନ୍ତ 2 କିମି ରାସ୍ତା ଅବସ୍ଥା ଶୋଚନୀୟ । ଫଳରେ ରୋଗୀ ନେଇ ଯାଉଥିବାବେଳେ ଆମ୍ବୁଲାନ୍ସ କାଦୁଅ ରାସ୍ତାରେ ଫସି ରହିଥିଲା । ଆମ୍ବୁଲାନ୍ସ କର୍ମଚାରୀ ଓ ରୋଗୀଙ୍କ ସମ୍ପର୍କୀୟ ଗାଡିକୁ ପଛପଟୁ ଠେଲି ଠେଲି କାଦୁଅରୁ ବାହାର କଲେ ।
ଝରବାହାଳର 65 ବର୍ଷୀୟା ବୃଦ୍ଧା ମନ୍ଦା ତପନ ଦୀର୍ଘ ଦିନ ହେବ ଜ୍ବରରେ ପଡ଼ିଥିଲେ । ଆଜି ସ୍ବାସ୍ଥ୍ୟ ଅବସ୍ଥା ଅଧିକ ଗୁରୁତର ହେବାରୁ 108 ଯୋଗେ ପାଳଲହଡା ଡାକ୍ତରଖାନାକୁ ନିଆଯାଉଥିଲା । ରାସ୍ତା ଖରାପ ଥିବାରୁ ଆମ୍ବୁଲାନ୍ସଟି କାଦୁଅ ଭିତରେ ଫସି ଯାଇଥିଲା ।
ଆହୁରି ପଢନ୍ତୁ ଓଡିଶା ଖବର...
ଅର୍ଗସ ବ୍ୟୁରୋ: ଆସନ୍ତାକାଲି ଠାରୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ। ତେଣୁ ସୁରକ୍ଷା ବଳୟ ଭିତରେ ବିଧାନସଭା। ଡ଼ିଜି, ସିପି, ଡିସିପି ଏବଂ ବରିଷ୍ଠ ଅଧିକାରୀ ମାନେ ବିଧାନସଭା ପରିସରରେ ସ୍ଥିତି ଯାଞ୍ଚ କରିଛନ୍ତି। ସୁରକ୍ଷା ଲାଗି କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି। ବିଧାନସଭା ପରିସର ଓ ବାହାରେ ତ୍ରିସ୍ତରୀୟ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। ଭୁବନେଶ୍ଵର ଡିସିପିଙ୍କ ତତ୍ତ୍ଵାବଧନରେ ରହିବ ସୁରକ୍ଷା ବ୍ୟବସ୍ଥା। ସୁରକ୍ଷା ଲାଗି 30 ପ୍ଲାଟୁନ ପୋଲସ ଫୋର୍ସ ମୁତୟନ ହେବେ। 6 ଜଣ ଅତିରିକ୍ତ ଡିସିପି ସୁରକ୍ଷା ବ୍ୟବସ୍ଥାକୁ ସୁପରଭାଇଜ କରିବେ।
100 ରୁ ଉର୍ଦ୍ଧ ପୋଲିସ କର୍ମଚାରୀ ମୁତୟନ କରାଯାଇଛି। ଭୁବନେଶ୍ଵର ଡିସିପିଙ୍କ ତତ୍ତ୍ଵବଧାନରେ 6 ଅତିରିକ୍ତ ଡିସିପି,19 ଜଣ ଏସିପି, 20 ଇନିସ୍ପେକ୍ଟର, 75 ଜଣ ଏସଆଇ, ରୁଫ ଟପ ସୁରକ୍ଷା ସହ ସିସିଟିଭିର କଡ଼ା ନଜରରେ ବିଧାନସଭା। ବିକ୍ଷୋଭ, ଆନ୍ଦୋଳନ, ରାଲି, ଧାରଣା ଆଦି ନିୟନ୍ତ୍ରଣ ପାଇଁ 5 ଟି କଣ୍ଟ୍ରୋଲ ରୁମ ବ୍ୟବସ୍ଥା କରାଯାଇଛି। ଷ୍ଟ୍ରାଇକିଙ୍ଗ ଫୋର୍ସ, କୁଇକ ରେସ୍ପନ୍ସ ଟିମ, ସ୍ପେଶାଲ ଟାଇଟିକାଲ ୟୁନିଟ ମଧ୍ୟ ରହିବେ ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ : ପାରାଦୀପକୁ ମାଛ ଧରିବାକୁ ଯାଇ ୨ ମତ୍ସ୍ୟଜୀବୀ ନିଖୋଜ । ଯାହାକୁ ନେଇ ବାସୁଦେବପୁର ଥାନାରେ ଅଭିଯୋଗ ଆଣିଲେ ପରିବାର ଲୋକ । ନିଖୋଜ ମତ୍ସ୍ୟଜୀବୀ ଦୁଇଜଣ ହେଲେ ସୁନୀଲ ମଳିକ ଓ ସୁରେନ୍ଦ୍ର ମଳିକ । ପାରାଦୀପ ଠାରେ ବୋଟରେ ଡ୍ରାଇଭର ଭାବେ କାମ କରୁଥିବା ମନ୍ଦାରି ଅଞ୍ଚଳର ଜଣେ ବ୍ୟକ୍ତି ବାସୁଦେବପୁର ପୌରପାଳିକାର ମନ୍ଦାରି ଗାଁରୁ ୨ଜଣ ମତ୍ସ୍ୟଜୀବୀଙ୍କୁ ସାଙ୍ଗରେ ନେଇଥିଲେ । ହେଲେ ସେ ଫେରି ଆସିବା ପରେ ଅନ୍ୟ ୨ ମତ୍ସ୍ୟଜୀବୀ ମାନେ ଘରକୁ ଫେରିନଥିଲେ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
୨ ଦିନ ତଳେ ପାରାଦୀପ ଠାରେ ଏକ ମାଛ ଧରା ବୋଟ ବୁଡି ଯାଇଥିବାବେଳେ ୩ଜଣ ମତ୍ସ୍ୟଜୀବୀ ନିଖୋଜ ହେଇଯାଇଥିଲେ । ଘଟଣା ଜଣାପଡିବା ପରେ ଆଜି ବାସୁଦେବପୁର ଥାନାରେ ପରିବାର ଲୋକଙ୍କ ପକ୍ଷରୁ ମତ୍ସ୍ୟଜୀବୀ ନିଖୋଜ ନେଇ ଲିଖିତ ଅଭିଯୋଗ କରାଯାଇଛି । ପୋଲିସ ପ୍ରଥମେ ପରିବାର ଲୋକଙ୍କ ଏତଲା ରଖିନଥିଲେ । ଯାହାକୁ ନେଇ ଥାନା ପରିସରରେ ଶୋକକୁଳ ପରିବେଶ ସୃଷ୍ଟି ହେଇଥିଲା । ପରେ ପରିବାର ପକ୍ଷରୁ ଭଦ୍ରକ SDPOଙ୍କୁ ଜଣାଇବା ପରେ ପୋଲିସ ଏତଲା ରଖିଥିଲା ।