ସେହି ଘଟଣାକୁ କେନ୍ଦ୍ର କରି ଗତକାଲି ରାତିରେ ଉଭୟ ପରିବାର ମଧ୍ୟରେ କଳହ ଉଗ୍ର ରୂପ ଧାରଣା କରିଥିଲା । ହାତାହାତି ପରିସ୍ଥିତି ସୃଷ୍ଟି ହେବାରୁ ଅଜୟ ଖୋସଲା ଘଟଣାସ୍ଥଳରେ ମୂର୍ଚ୍ଚା ହୋଇ ଟଳି ପଡିଥିଲେ । ତାଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା । ହେଲେ ମେଡିକାଲରେ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିଲା ।
ଖବରପାଇ ରାୟଗଡ଼ା ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ଶବ ବ୍ୟବଛେଦ ପାଇଁ ପଠାଇଛି । ଘଟଣାରେ ୪ ଜଣଙ୍କ ନାଁ ରାୟଗଡା ଥାନାରେ ଏତଲା ଦାୟର କରିଛନ୍ତି ମୃତକଙ୍କ ପରିବାର ।