ଅଂଶୁଘାତରେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ । ନୀଳଗିରି ଥାନା ଜାମୁଡ଼ିହା ଗ୍ରାମର ଶ୍ରମିକ ସଚିନ୍ଦ୍ର ବିଶ୍ୱାଳ କ୍ଷେତରେ କାମ କରୁଥିବା ବେଳେ ଟଳି ପଡ଼ିଥିଲେ। ଗ୍ରାମବାସୀ ଓ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ନୀଳଗିରି ମେଡ଼ିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।
ଅଂଶୁଘାତରେ ସଚିନ୍ଦ୍ରଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ନୀଳଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ତଦନ୍ତ ଜାରି ରଖିଛି।