ନବରଙ୍ଗପୁର : ବାଇକର ଲାଇଟ୍ ମରା କୁ ନେଇ ତୁମୁଳକାଣ୍ଡ । ନବରଙ୍ଗପୁର ଜିଲ୍ଲା କୋଡିଙ୍ଗା ଥାନା ଅନ୍ତର୍ଗତ ଚଟାହାଣ୍ଡି ଗ୍ରାମରେ ମୁହଁ ରେ ବାଇକ ଲାଇଟ ମରାକୁ ନେଇ ଏକ ତୁମୁଳ କାଣ୍ଡ ଘଟିଯାଇଛି । ଜଣେ ଦୁର୍ବୃତ୍ତର ଛୁରୀ ମାଡ଼ରେ ଜଣେ ମୃତ, ଦୁଇଜଣ ଗୁରୁତର ଆହତ ହେଇଥିବା ଜଣାପଡିଛି । ହତ୍ୟାକାରୀଙ୍କ ଘରକୁ ଉତ୍ୟକ୍ତ ଲୋକେ ନିଆଁ ଲଗାଇ ଦେଇଥିବା ବେଳେ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ମିଳିଥିବା ସୂଚନା ଅନୁସାରେ, ପୂର୍ଣ୍ଣ ହରିଜନ ଓ ମହାଦେବ ଭତରା ଓ ତାଙ୍କ ତିନି ପୁତୁରା ଙ୍କ ମଧ୍ୟରେ ଗତ କାଲି ରାତିରେ ବାଇକ୍ ଅପର ଡିପର୍ ମରାକୁ କେନ୍ଦ୍ର କରି ଗଣ୍ଡୋଗଳ ହୋଇଥିଲା ।
ଏଥିରେ ପୂର୍ଣ୍ଣ ହରିଜନ ଏକ ଧାରୁଆ ଛୁରୀ ରେ ମହାଦେବ ଓ ଅନ୍ୟ ତିନି ଜଣଙ୍କୁ ପ୍ରହାର କରିବାରୁ ଘଟଣା ସ୍ଥଳରେ ମହାଦେବ ଭତରା ଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ତିନି ଜଣ ଗୁରୁତର ଆହତ ହୋଇଥିଲେ । ଆହତ ମାନଙ୍କୁ ପ୍ରଥମେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ କୋରାପୁଟ କୁ ସ୍ଥାନନ୍ତରିତ କରାଯାଇଥିବା ଜଣାପଡ଼ିଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର