ଏସଓପି ଏଠି ସମ୍ପୁର୍ଣ୍ଣ ଫେଲ୍ ମାରିଛି ....
ଢେଙ୍କାନାଳ: ଦନ୍ତା ଆକ୍ରମଣରେ ଜଣେ ମୃତ ଜଣେ ଆହତ। ନଡା ଭିଡିବାକୁ ବିଲକୁ ଯାଉଥିବା ବେଳେ ଦଳିଦେଲା ଦନ୍ତା। ମୃତକ ହେଲେ କନ୍ତିଓକାଟେଣୀ ଗାଁର ଭୁବୁନା ସାହୁ। ଆହତ ବ୍ୟକ୍ତି ହେଲେ କନ୍ତିଓକାଟେଣୀ ଗାଁର ସିଦ୍ଧାଶ୍ରମ ସାହିର ଯଦୁ ସାହୁ। ଗୁରୁତର ଅବସ୍ଥାରେ ତାଙ୍କୁ ଢେଙ୍କାନାଳ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଆଜି ସକାଳେ ହାତୀ ଆକ୍ରମଣର ଶୀକାର ହୋଇଥିଲେ। ଏନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି। ଉତ୍ୟକ୍ତ ଲୋକେ କନ୍ତିଓକାଟେଣୀ ରାସ୍ତା ଉପରେ ଶବ ରଖି ରାସ୍ତା ଅବରୋଧ କରିଛନ୍ତି। ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ବନବିଭାଗ ଟିମ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି