ସୂଚନାନୁସାରେ, ଗତକାଲି ରାତିରେ କୁତ୍ରା ବ୍ଲକ ଅନ୍ତର୍ଗତ ପଙ୍ଗନିଆବାହାଲ ଠାରେ ଦୁଇ ଜଣ ମଟର ସାଇକେଲରେ ଯାଉଥିଲାବେଳେ ଭାରସାମ୍ୟ ହରାଇ ମଟର ସାଇକେଲରୁ ପଡିଯାଇଥିଲେ ।
ସ୍ଥାନୀୟ ଲୋକମାନେ ସେମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ କୁତ୍ରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ସେଠାରେ ଡାକ୍ତର ଧାରୁଆଡ଼ିହି ନିବାସୀ କିଶୋର କିଷାନଙ୍କୁ ମୃତ ଘୋଷଣା କରିଥିବାବେଳେ ଅନ୍ୟଜଣେ ଯୁବକ ଚିତରଞ୍ଜନ ବରୁଆଙ୍କୁ ଅଧିକ ଚିକିତ୍ସା ପାଇଁ ରାଉରକେଲା ସରକାରୀ ଡାକ୍ତରଖାନାକୁ ପଠାଯାଇଛି ।