ଘଟଣା ବାବଦରେ ପରିବାର ଲୋକେ ଜାଣିବା ପରେ ଜେମାଦାରଙ୍କୁ ଗୁରୁତର ଅବସ୍ଥାରେ ଶରତ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।ତେବେ ଅବସ୍ଥା ଶଙ୍କଟାପନ୍ନ ଥିବାରୁ ତାଙ୍କୁ ଉଦଳା ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା।ଏବେ ଗୁରୁତର ଅବସ୍ଥାରେ ଜେମାଦାର ଉଦଳା ଡାକ୍ତରଖାନାରେ ଚିକିତ୍ସାଧୀନ ରହିଛନ୍ତି।କେବଳ ହାତ ନୁହେଁ ଶରୀରର ଅନେକ ସ୍ଥାନରେ ଭାଲୁ ଆକ୍ରମଣରେ ଗଭୀର କ୍ଷତ ହେବା ସହିତ ଜେମାଦାରଙ୍କ ଅବସ୍ଥା ଗୁରୁତର ରହିଛି।
ଭାଲୁ ଆକ୍ରମଣରେ ଯୁବକ ଗୁରୁତର

ଅର୍ଗସ ବ୍ୟୁରୋ: ଭାଲୁ ଆକ୍ରମଣରେ ଯୁବକ ଗୁରୁତର।ଏଭଳି ଘଟଣା ଘଟିଛି ଶରତ ଥାନା ପୂର୍ଣ୍ଣଚନ୍ଦ୍ରପୁର ଗ୍ରାମରେ।ଗ୍ରାମର ଜେମାଦାର ସିଂ ଛେଳି ଚରାଇବାକୁ ଗ୍ରାମ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ।ଛେଳି ଚରାଉଥିବା ବେଳେ ହଠାତ ଏକ ଭାଲୁ ତାଙ୍କୁ ଆକ୍ରମଣ କରିଥିଲା।ଭାଲୁଟି ଜେମାଦାରଙ୍କ ହାତକୁ କାମୁଡି ଦେଇଥିବା ବେଳେ ଆକ୍ରମଣରେ ଜେମାଦାର ଗୁରୁତର ହୋଇପଡ଼ିଥିଲେ।
Download Argus News App
