ତାଙ୍କର ଏକ ଗୋଡ଼ ଭାଙ୍ଗିଯାଇଥିବା ଜଣାପଡିଛି। ବନ କର୍ମଚାରୀ ତାଙ୍କୁ ଉଦ୍ଧାର କରି ପ୍ରଥମେ ବାସୁଦେବପୁର ମେଡିକାଲକୁ ନେଇଥିଲେ, ପରେ ତାଙ୍କୁ ଚମ୍ପୁଆ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସେପଟେ ଗତକାଲି ବିଳମ୍ବିତ ରାତିରେ ଯୋଡ଼ା ସହର ଭିତରକୁ ଏକ ଗୋଠଛଡା ଦନ୍ତା ପଶିଆସିଥିଲା, ଯାହାର ଭିଡିଓ ଭାଇରାଲ ହେବାପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।