ମୟୁରଭଞ୍ଜ: ଦିନକୁ ଦିନ ରାଜ୍ୟରେ ଯେଉଁଭଳି ଭାବରେ ସଡ଼କ ଦୁର୍ଘଟଣା ଘଟୁଛି ଏଥିରେ ଅନେକ ଜୀବନ ଯାଉଛି । ଏଭଳି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ଥିବା ଜଣାପଡ଼ିଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ହାଟବାଦଡା ଅଞ୍ଚଳର କାଦୁଆଣି ଛକରେ । ମୃତ୍ୟୁ ବରଣ କରିଥିବା ଯୁବକ ଜଣକ ହେଲେ କରଞ୍ଜିଆର ମୁକେଶ ମହାକୁଡ଼ ଓ ଗୁରୁତର ଥିବା ଯୁବକ ଦ୍ୱୟ ହେଲେ ଝାଡ଼ଖଣ୍ଡ ରାଜ୍ୟର ଝଲକ ବାନରା ଓ ରରୁଆର ବିଜୁ ବାଙ୍କିରା।
ସୂଚନା ଅନୁଯାୟୀ, ଏକ ବାଇକ ଯୋଗେ ତିନି ଜଣ ଯୁବକ ଯୋଶୀପୁରରୁ ରାଇରଙ୍ଗପୁର ପଟକୁ ଦ୍ରୁତ ଗତିରେ ଆସୁଥିବା ସମୟରେ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା କାଦୁଆଣି ଛକରେ ଠିଆ ହୋଇଥିବା ଏକ କ୍ଷୀର ଗାଡିକୁ ଧକ୍କା ଦେଇଥିଲେ।ଘଟଣା ସ୍ଥଳରେ ହିଁ ଜଣକର ମୃତ୍ୟୁ ହୋଇଯାଇଥିଲାବେଳେ ଦୁଇ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଅବସ୍ଥାରେ ୧୦୮ ଆମ୍ବୁଲାନ୍ସ ଯୋଗେ ରାଇରଙ୍ଗପୁର ଡାକ୍ତରଖାନା ଅଣାଯାଇଥିଲା। ସେପଟେ ରାଇରଙ୍ଗପୁର ଗ୍ରାମାଞ୍ଚଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି କ୍ଷୀର ଗାଡି ଓ ବାଇକକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।
ମାଲକାନଗିରି : ଅବକାରୀ ବିଭାଗ ହାବୁଡରେ ପଡିଲେ ଗଞ୍ଜେଇ ଚୋରା ଚାଲାଣ କାରୀ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଞ୍ଚଳରୁ ଏକ କାର ଯୋଗେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ସମୟରେ ମାଲକାନଗିରି ଅବକାରୀ ବିଭାଗ ହାତରେ ଧରା ପଡିଲା ଜଣେ ଚୋରା ଚାଲାଣ କାରୀ । ସୂଚନା ମୁତାବକ ମାଲକାନଗିରି ସହର ନିକଟରେ ଥିବା ଗୌଡ଼ଗୁଡା ଛକ ଠାରେ ଅବକାରୀ ବିଭାଗର କର୍ମଚାରୀ ମାନେ ଗୁଇନ୍ଦା ସୂଚନା ପାଇ ପେଟ୍ରଲିଙ୍ଗ କରୁଥିବା ସମୟରେ ଦ୍ରୁତ ଗତିରେ ଏକ କାର ମାଲକାନଗିରି ସହର ଆଡ଼କୁ ଆସୁଥିବା ଦେଖିବାକୁ ପାଇଥିଲେ ।
ଅଧିକ ପଢନ୍ତୁ : ଗଞ୍ଜେଇ ଚୋରା ଚାଲାଣର ମାଷ୍ଟର ମାଇଣ୍ଡ ହୋମଗାର୍ଡ
ପରେ ସନ୍ଦେହ ହେବାରୁ ଉକ୍ତ କାରକୁ ଅଟକାଇ ଯାଞ୍ଚ କରିବାରୁ ସେଠାରୁ 88 କେଜି ଗଞ୍ଜେଇ ବାହାରି ଥିଲା । ଯାହାର ଆନୁମାନିକ ବଜାର ମୁଲ୍ୟ 8 ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହୋଇଥିବା ବେଳେ ଏହି ଚୋରା ଚାଲାଣରେ ସାମିଲ ଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଅବକାରୀ ଉପ ନିରୀକ୍ଷକ।
ଅର୍ଗସ ବ୍ୟୁରୋ: ମନ୍ଦିରରୁ ସିରିଜ ଲୁଟ୍ । ବାଲେଶ୍ଵର ଜିଲ୍ଲା କମର୍ଦ୍ଦା ଥାନା ଅନ୍ତର୍ଗତ ମହାଗବ ପଞ୍ଚାୟତରେ ଥିବା 3 ଟି ମନ୍ଦିରରୁ ବଲମ୍ବିତ ରାତିରେ ଦୁର୍ବୁତ ମାନେ ସିରିଜ୍ ଲୁଟ କରିଛନ୍ତି । ମା ମଙ୍ଗଳା ମନ୍ଦିର ରୁ ସୁନା ରୂପା , ବାସୁଳୀ ମନ୍ଦିରରୁ ତାଲା ଭଙ୍ଗୀ ଲୁଟ୍ କରିଥିବା ସୂଚନା ,ତାରେଣୀ ମନ୍ଦିର ରୁ ତାଲା ଭଙ୍ଗୀ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଆସବା ପତ୍ର ଲୁଟିନେଇଥିବା ଅଭିଯୋଗ । ଖବରପାଇ ଘଟଣା ସ୍ଥଳରେ କମର୍ଦ୍ଦା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ୩ଟି ମନ୍ଦିରରୁ ଚୋରି ହୋଇଥିବାବେଳେ ପୋଲିସର ଚିନ୍ତା ବଢ଼ିଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଦୁର୍ନିତ୍ତିଗ୍ରସ୍ତଙ୍କୁ ବିଜେଡିର ସମ୍ମାନ । ପୁଣି ସାମ୍ନାକୁ ଆସିଲା ବିଜେଡିର ଦୋ-ମୁହାଁ ଚରିତ୍ର । ରେମୁଣା ବିଧାୟକଙ୍କୁ ମିଛ ବହିଷ୍କୃତ ସତ ସମ୍ମାନ । ଗତ 21 ତାରିଖରେ ବିଜେଡି ପକ୍ଷରୁ ଏହି ପ୍ରେସ ରିଲିଜରେ ସ୍ପଷ୍ଟ ଲେଖା ଯାଇଛି ଯେ ଜନ ବିରୋଧୀ କାର୍ଯ୍ୟ ଯୋଗୁଁ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡା ବହିଷ୍କୃତ କରାଯାଇଛି । ହେଲେ ବିଜେଡିରୁ ବହିଷ୍କୃତ ହୋଇ ବି ଦଳର ସାଂଗଠନିକ ବୈଠକରେ ଯୋଗ ଦେଇଛନ୍ତି ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା ।
ଗତକାଲି ରେମୁଣା ନିର୍ବାଚନମଣ୍ଡଳୀର ଭୀମପୁରାଠାରେ ବିଜେଡିର ସାଂଗଠନିକ ବୈଠକରେ ଯୋଗ ଦେଇ ଦଳ କିଭଳି ଆଗକୁ ବଢ଼ିବ, ସେ ସମ୍ପର୍କରେ ଦଳୀୟ ନେତା ଓ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି । ବାଲେଶ୍ବର ଜିଲ୍ଲା ପର୍ଯ୍ୟବେକ୍ଷକର ମନ୍ତ୍ରୀ ପ୍ରତାପ ଦେବଙ୍କ ନିର୍ଦ୍ଦେଶରେ ରେମୁଣା ବିଧାୟକଙ୍କୁ ଡକାଯାଇଥିବା ଜଣାପଡିଛି । ଯାହାର ଅଡିଓ ଓ ଭିଡିଓ ସାମ୍ନାକୁ ଆସିବା ପରେ ବାଲେଶ୍ବରରେ ରାଜନୈତିକ ଚର୍ଚ୍ଚା ଜୋର ଧରିଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର: