ସେହିପରି ରାଜ୍ୟର ଅନ୍ୟ ସ୍ଥାନରେ ଖୁବଶୀଘ୍ର ଆରମ୍ଭ ହେବ 18ରୁ 44 ବର୍ଷର ବ୍ୟକ୍ତି ବିଶେଷଙ୍କ ଟୀକାକରଣ । ଦିନେ ଦୁଇ ଦିନ ଭିତରେ ରାଜ୍ୟରେ ପହଞ୍ଚିବ 2.20 ଲକ୍ଷ କୋଭିସିଲିଡ଼ ଟୀକା । ରାଜ୍ୟ ସରକାରଙ୍କୁ ନିର୍ଭର ଯୋଗ୍ୟ ପ୍ରତିଶ୍ରୁତି ଦେଇଛି ସେରମ ଇନଷ୍ଟିଚ୍ୟୁଟର ସିଇଓ ।
ଭୁବନେଶ୍ଵର: 45 ବର୍ଷରୁ ଉର୍ଦ୍ଧ୍ୱ ବୟସର ଲୋକଙ୍କ ଟୀକାକରଣ ଲାଗି ଆଜି ଓଡ଼ିଶାରେ ପହଞ୍ଚିବ 1 ଲକ୍ଷ କୋଭିସିଲିଡ଼ ଟୀକା ।ମେ ମାସ 15 ତାରିଖ ସୁଦ୍ଧା ଓଡିଶାକୁ କେନ୍ଦ୍ର ସରକାର ଯୋଗାଇ ଦେବେ 4.78 ଲକ୍ଷ କୋଭିସିଲିଡ଼ ଟୀକା । ସେକେଣ୍ଡ ଡୋଜ ନେବାକୁ ଅପେକ୍ଷାରେ ଥିବା ବ୍ୟକ୍ତି ବିଶେଷକୁ ଏଥିରେ ଅଧିକ ପ୍ରାଧାନ୍ୟ ମିଳିବ ।