ବଲାଙ୍ଗୀର: ବଲାଙ୍ଗୀର କଣ୍ଟାବାଞ୍ଜିରେ ଗୁଳିକାଣ୍ଡ । ସଚିନ ଅଗ୍ରୱାଲ ନାମକ ଯୁବକଙ୍କ ପାପୁଲି ଓ ଜଙ୍ଘରେ ଗଭୀର ଆଘାତ ଲାଗିଛି । ସଚିନ ବରଗଡ଼ ପଟକୁ ଆସୁଥିବା ବେଳେ ତାଙ୍କ ଉପରକୁ ଗୁଳିମାଡ଼ ହୋଇଛି । ସଚିନଙ୍କ ପାପୁଲିରେ ଗୁଳି ବାଜିଥିବା ବେଳେ ଅନ୍ୟ ଏକ ଗୁଳି ତାଙ୍କ ଜଙ୍ଘ ଦେଇ ବହାରିଯାଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା ପାଇଁ ବରଗଡ଼ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ବରଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଅର୍ଗସ ବ୍ୟୁରୋ: ଏସଏଚଜି ଗୃପ ମହିଳାଙ୍କ ନିକଟରୁ ଟଙ୍କା ନେଇ ସିଆରପି ଫେରାର। ଏଣେ ମହିଳାମାନେ ଆସି ସିଆରପିଙ୍କ ସ୍ୱାମୀଙ୍କୁ ଘେରିଛନ୍ତି। ମହିଳାଙ୍କ ଟଙ୍କା ଠକି ନେବା ସହିତ ୨୧ ବର୍ଷ ଧରି ବୈବାହିକ ଜୀବନ ବିତାଇଥିବା ସ୍ୱାମୀକୁ ବି ଛାଡି ଅନ୍ୟ ଯୁବକ ସହିତ ଫେରାର ହୋଇଯାଇଛନ୍ତି ସିଆରପି। ଯାହାକୁ ନେଇ ସ୍ୱାମୀ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଏହି ୪୨୦ ସିଆରପି ହେଲେ ଖୁଣ୍ଟା ବ୍ଲକ ବିସିପୁର ଅଞ୍ଚଳର ସିଆରପି ଆଠପଡା ଗ୍ରାମର ବାସନ୍ତୀ ମୁର୍ମୁ। ଗତ ମାସ ସ୍ଥାନୀୟ ବିଭିନ୍ନ ଏସଏଚଜି ଗୃପର ମହିଳାଙ୍କ ଲୋନ ପାସ କରାଇ ଦେବା ପରେ ସେମାନଙ୍କ ନିକଟରୁ ଅଢେଇ ଲକ୍ଷ ରୁ ଉର୍ଦ୍ଧ ଟଙ୍କା ଠକି ନେଇ ସ୍ୱାମୀ କୁ ଛାଡି ଅନ୍ୟ ଜଣେ ଯୁବକ ସହିତ ଫେରାର ହୋଇଯାଇଛନ୍ତି।
ଏହି ଖବର ଜଣାପଡିବା ପରେ ଗୃପର ମହିଳାମାନେ ଆସି ବାସନ୍ତୀଙ୍କ ସ୍ୱାମୀଙ୍କୁ ଟଙ୍କା ଫେରାଇବାକୁ ଦାବି କରିଛନ୍ତି। ଯାହାକୁ ନେଇ ବାସନ୍ତୀଙ୍କ ସ୍ୱାମୀ ଡ଼ମାନ ଉଦଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ହେଲେ ଏହି ୪୨୦ ସିଆରପି ନିଜର ୨ ଭେଣ୍ଡିଆ ପୁଅ, ରୋଗାକ୍ରାନ୍ତ ସ୍ୱାମୀକୁ ଛାଡି ଯାଇଥିବା ବେଳେ ତୁରନ୍ତ ତାଙ୍କୁ ପୋଲିସ ଖୋଜି ଠକି ନେଇଥିବା ଟଙ୍କା ଉଦ୍ଧାର କରିବାକୁ ଦାବି କରିଛନ୍ତି ଠକାମୀର ଶିକାର ହୋଇଥିବା ମହିଳା।
ଅଧିକ ପଢ଼ନ୍ତୁ ଓଡିଶା ଖବର:
କନ୍ଦୁଝର: ଯାତ୍ରା ଦେଖି ଯାଇଥିବାବେଳେ ଘରୁ ଚୋରି। ଆନନ୍ଦପୁର ଥାନା ଚମର୍ଦା ଗାଁର ରମେଶ ଚନ୍ଦ୍ର ସାହୁଙ୍କ ପରିବାର ଗାଁ ରେ ଚାଲିଥିବା ଯାତ୍ରା ଦେଖିବାକୁ ଯାଇଥିବା ସମୟରେ ତାଙ୍କ ଘରୁ ନଗଦ ଟଙ୍କା ସହିତ ସୁନା ଓ ରୁପା ଅଳଙ୍କାର ଚୋରି ହୋଇଥିବା ଅଭିଯୋଗ କରିଛନ୍ତି।
ଅଭିଯୋଗ ଅନୁଯାୟୀ ରମେଶ ପଦ୍ମପୁର ଗାଁରେ ଏକ ଅଳଙ୍କାର ଦୋକାନ କରି ଜୀବନ ଜୀବିକା ଚଳାଇଥାନ୍ତି। ତେବେ ଗତକାଲି ରାତିରେ ଚୋର ମାନେ ତାଙ୍କ ଘରୁ ୯ହଜାର ଟଙ୍କା ସମେତ ୮୦ ଗ୍ରାମ ରୁପା ଓ ୧୦ ଗ୍ରାମ ର ସୁନା ଗହଣା ଚୋରି ହୋଇଯାଇଛି। ଯାତ୍ରା ଅଧାରୁ ରମେଶ ଙ୍କ ବାପା ଘରକୁ ଆସିବାରୁ ଘର ର ଚାବି ଭଙ୍ଗା ହୋଇ ଚୋରି ହୋଇଯାଇଥିବା ଦେଖିବାକୁ ପାଇଥିଲେ। ଘଟଣା ର ଲିଖିତ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।
ଅଧିକ ପଢନ୍ତୁ ଓଡ଼ିଶା ଖବର