ଅର୍ଗସ ବ୍ୟୁରୋ: ଭାରତୀୟ ସିନେମା ଜଗତର ଏକାଠି ନଜର ଆସିବେ ଦୁଇ ମହାନାୟକ ଅମିତାଭ ବଚ୍ଚନ ଏବଂ ରଜନୀକାନ୍ତ। ୩୨ ବର୍ଷ ପରେ ଏକାଠି ଗୋଟିଏ ଚଳଚ୍ଚିତ୍ରରେ ଅଭିନୟ କରିବେ। ସେମାନେ ‘ଥଲାଇବାର ୧୭୦’ ସିନେମାରେ ଏକତ୍ର କାମ କରିବାକୁ ଯାଉଛନ୍ତି। ଦୁଇ ସୁପରଷ୍ଟାରଙ୍କ ପୋଷ୍ଟର ମଧ୍ୟ ରିଲିଜ କରାଯାଇଛି।
ଉକ୍ତ ଦୁଇ ଅଭିନେତାଙ୍କ ବ୍ୟତୀତ ଏଥିରେ ତେଲୁଗୁ ଷ୍ଟାର ରାଣା ଡଗୁବାତୀ ଏବଂ ମାଲାୟଲାମ ଷ୍ଟାର ଫହାଦ ଫାସିଲଙ୍କୁ ମଧ୍ୟ ଦେଖିବାକୁ ମିଳିବ। ବଚ୍ଚନ ଏବଂ ରଜନୀକାନ୍ତଙ୍କୁ ପୂର୍ବରୁ ୧୯୯୧ରେ ହିନ୍ଦୀ ସିନେମା ‘ହମ୍’ରେ ଏକାଠି ଦେଖିବାକୁ ମିଳିଥିଲା। ଏହା ପୂର୍ବରୁ ୧୯୮୩ ମସିହାର ହିନ୍ଦୀ ଛବି ‘ଅନ୍ଧା କାନୁନ୍’ରେ ମଧ୍ୟ ରଜନୀକାନ୍ତ ଓ ଅମିତାଭ ଅଭିନୟ କରିଥିଲେ। ତେବେ ଦୁଇ ଅଭିନେତା ପରସ୍ପରର ପ୍ରଶଂସକ ରହି ଆସିଛନ୍ତି।
‘ଥଲାଇବାର ୧୭୦’ ସିନେମା ପାଇଁ ଅମିତାଭ ବଚ୍ଚନଙ୍କ ଫଟୋ କଳାଧଳାରେ ଆସିଛି। ସେଥିରେ ଲେଖାଯାଇଛି ‘ଥଲାଇବର ୧୭୦ ଟିମ୍’। ଲାଇକା ପ୍ରଡକସନ୍ସ ଏଥିରେ ଲେଖିଛି ଭାରତୀୟ ସିନେମାର ଶାହନଶାହ ଅମିତାଭ ବଚ୍ଚନଙ୍କୁ ‘ଥଲାଇବର ୧୭୦’କୁ ସ୍ବାଗତ। ଅମିତାଭ ଅଭିନୟ କରିବା ଫଳରେ ସିନେମା ନୂଆ ଉଚ୍ଚତାରେ ପହଞ୍ଚିଛି ବୋଲି କୁହାଯାଇଛି। ସେହିଭଳି ଫହତଙ୍କ ପୋଷ୍ଟର ରିଲିଜ କରିବାକୁ ଯାଇ ଲେଖାଯାଇଛି ବହୁତ ଟ୍ୟାଲେଣ୍ଟେଡ ଏବଂ ଭର୍ସାଟାଇଲ ଅଭିନେତା ଫହଦ ଫାସିଲଙ୍କୁ ସ୍ବାଗତ। ରାଣା ଡଗୁବାତୀଙ୍କ ଛବି ସହିତ ଲେଖାଯାଇଛି ଡେପର ଏବଂ ସୁପରକୁଲ୍ ଟ୍ୟାଲେଣ୍ଟେଡ ରାଣା ଡଗୁବାତୀଙ୍କୁ ସ୍ବାଗତ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର