ପମ୍ପାସର ରେଞ୍ଜ ନୂଆପଡା ଜଙ୍ଗଲ ରେ ହାତୀଟି ମରି ପଡିଥିବା ଦେଖିବାକୁ ମିଳିଥିଲା। ହାତୀଟି ଏକ ମାଈ ହାତୀ ଏବଂ ତା ବୟସ ପ୍ରାୟ ୬/୭ବର୍ଷ ହେବ ବୋଲି ଜଣା ପଡ଼ିଛି। ଗତ କିଛି ଦିନ ହେଲା ହାତୀଟି ଏକୁଟିଆ ସେ ଅଂଚଳରେ ବୁଲାବୁଲି କରୁଥିଲା । ବନ ବିଭାଗ ତା ଉପରେ ନଜର ରଖିଥିଲା । କିନ୍ତୁ ହଠାତ ତାର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ୍ୟୁର କାରଣ ଜଣାପଡି ନାହିଁ । ଘଟଣାସ୍ଥଳକୁ ଡିଏଫଓ, ଏସିଏଫ ଏବଂ ଡାକ୍ତର ପହଞ୍ଚି ଅନୁଧ୍ୟାନ କରୁଛନ୍ତି । ତେବେ କିଛିଦିନ ହେଲା ସେ ଅସୁସ୍ଥ ଥିଲା ବୋଲି ବନ ବିଭାଗ ସୂଚନା ଦେଇଛି । ଗତ ୧୫ଦିନ ଭିତରେ ସତକୋଶିଆରେ ୩ଟି ହାତୀର ମୃତ୍ୟୁ ହେଲାଣି । ତେଣୁ ସେମାନଙ୍କ ସୁରକ୍ଷା ଏବେ ବନ ବିଭାଗ ପାଇଁ ଚାଲେଞ୍ଜ ହୋଇପଡିଛି ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।