ମୃତ ବ୍ୟକ୍ତିଙ୍କ ପରିଚୟ ଏଯାଏ ମିଳି ନଥିବା ବେଳେ ଗୁରୁତର ଜଣକ ସ୍ଥାନୀୟ ଜଂଘାର ଗାଁର ଶମ୍ଭୁନାଥ ଘଡେ଼ଇ ବୋଲି ସୁଚନା ମିଳିଛି। ଖବର ପାଇ ଆନନ୍ଦପୁର ପୋଲିସ୍ ଦୁଇଟି ଯାକ ବାଇକ୍କୁ ଜବତ କରିବା ସହିତ ମେଡିକାଲରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।
ସଡ଼କ ଦୁର୍ଘଟଣାରେ ଜଣଙ୍କ ଜୀବନ ଗଲା

ଅର୍ଗସ ବ୍ୟୁରୋ: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଶାଳବଣି ଛକ ନିକଟରେ ଦୁଇଟି ବାଇକ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣା ରେ ଜଣକର ମୃତ୍ୟୁ ହେବା ସହିତ ଅନ୍ୟଜଣେ ଗୁରୁତର ହୋଇ ଆନନ୍ଦପୁର ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ସନ୍ଧ୍ୟା ସମୟରେ ଦ୍ରୁତ ଗତି ଯୋଗୁ ଦୁଇ ବାଇକ ମୁହାଁମୁହିଁ ଧକ୍କା ହୋଇଥିବା ସୁଚନା ମିଳିଛି।
Download Argus News App
