ଏ ଗାଡି ପଛରେ କ’ଣ ଲେଖାଯାଇଛି ଭଲରେ ପଢନ୍ତୁ। ମୁଁ ଡାକ୍ତର, ଜରୁରୀ ସ୍ବାସ୍ଥ୍ୟଗତ ସମସ୍ୟା ହେଲେ ମତେ ଅଟକାଇ ପାରିବେ। ଆଉ ଏହାର ଠିକ୍ ତଳକୁ ଲେଖାଯାଇଛି ଟଙ୍କିକିଆ କ୍ଲିନିକ୍।
ଦର୍ଶକବନ୍ଧୁ, ଏ ଦାମୀ କାର ହେଉଛି ଡାକ୍ତର ରାମଚନ୍ଦାନୀଙ୍କ। ଯାହା ସେ ନିଜେ ବ୍ୟକ୍ତିଗତ ଭାବେ ବ୍ୟବହାର କରନ୍ତି। ଏବଂ ତାଙ୍କ ପରିବାର ଲୋକେ ଏଥିରେ ଯା ଆସ କରନ୍ତି। ଲକ୍ଷାଧିକ ଟଙ୍କାର ଏ ଗାଡି କିନ୍ତୁ ଏବେଠୁ ରୋଗୀ ସେବାରେ ଲାଗିବେ। ବାଟ ଘାଟରେ, ବେଳ ଅବେଳରେ ଆପଣ ଯଦି କୌଣସି ସ୍ବାସ୍ଥ୍ୟଗତ ଅସୁବିଧାରେ ପଡିଥାନ୍ତି, ତା ହେଲେ ଏ ଗାଡି ଆପଣଙ୍କୁ ଡାକ୍ତରଙ୍କ ପାଖରେ ପହଞ୍ଚାଇବ।
ଏକ ଟଙ୍କିଆ ଡାକ୍ତର ଭାବେ ପରିଚିତ ଶ୍ରୀଯୁକ୍ତ ରାମଚନ୍ଦାନୀ ରୋଗୀଙ୍କ ପାଇଁ ନିଜ ଗାଡିକୁ ଉତ୍ସର୍ଗ କରିଛନ୍ତି। ଜରୁରୀକାଳୀନ ପରିସ୍ଥିତିରେ ରୋଗୀମାନଙ୍କୁ ଘରୁ ମେଡିକାଲକୁ ଆଣିବା ସହ ଘରେ ଛାଡିବ ବୋଲି ସେ କହିଛନ୍ତି ।
ଟଙ୍କିକିଆ ଡାକ୍ତର ଭାବେ ପରିଚିତ ଡାକ୍ତର ଶଙ୍କର ରାମଚନ୍ଦାନିଙ୍କ ଟଙ୍କିକିଆ କ୍ଲିନିକକୁ ଆଜି ୩ ବର୍ଷ ପୁରିଛି l ଏହା ପୂର୍ବରୁ ପ୍ରଥମେ ଟଙ୍କାଟିଏ ରୋଗୀ ସେବା ଫିସ ନେଇ ଚିକିତ୍ସା କରି ସେ ଚର୍ଚ୍ଚାକୁ ଆସିଥିଲେ। କେବେ କୁଷ୍ଠ ରୋଗୀଙ୍କୁ କାଖେଇ ରାସ୍ତା ପରା କରିବା ହେଉ ଅଥବା ଛାତିରେ ଛୁଞ୍ଚିଫୋଡି ଜୀବନ ବଞ୍ଚାଇବା। ସବୁଥିରେ ନିଜର ପାରଦର୍ଶିତା ଦେଖାଇଛନ୍ତି ସିଏ। ଆଉ ଏଥର ନିଜ ପ୍ରିୟ ଗାଡିକୁ ରୋଗୀ ସେବାରେ ଲଗାଇ ୨ୟ ଇଶ୍ବରର ମାନ୍ୟତାକୁ ସେ ସଫଳ କରିଛନ୍ତି।
କ୍ଲିନିକକୁ ଆସୁଥିବା ଅନେକ ରୋଗୀ ଭଲ ଚିକିତ୍ସା ପାଉଛନ୍ତି। ଏପରିକି ଗୁରୁତର ରୋଗୀ ମଧ୍ୟ ସେବା ପାଇଁ ଭଲ ହୋଇଥିବା କଥା କୁହନ୍ତି। ଭଲ ହେଇଛନ୍ତି l ଡାକ୍ତର ରାମଚନ୍ଦନୀଙ୍କ ଏହି ମହାନ କାର୍ଯ୍ୟକୁ ନେଇ ସାଧାରଣରେ ବେଶ ପ୍ରସଂସା କରାଯାଉଛି।