ବିଭିନ୍ନ ସ୍ଥାନରୁ ଲୋକେ ଏଠାକୁ ଖାଇବାକୁ ଆସିଥାନ୍ତି । ସେ ସକାଳର ଜଳଖିଆ ହେଉ କି ସନ୍ଧ୍ୟାବେଳର ସ୍ନାକ୍ସ । ପେଟ ବି ପୁରିଯାଏ । ଆଉ ପକେଟକୁ ବାଧେନି । ସେଥିପାଇଁ ସାହିଁ କେବେଠୁ ଲୋକେ ଏଠାକୁ ଖାଇବାକୁ ଧାଇଁ ଆସନ୍ତି ।
ମହଙ୍ଗା ଯୁଗରେ ବି ଟଙ୍କାକରେ ମିଳୁଛି ଖାଇବା

କଟକ: ଆଜିର ମହଙ୍ଗା ଯୁଗରେ ବି ଟଙ୍କାକରେ ମିଳୁଛି ଖାଇବା । ଟଙ୍କିକିଆ ସୁଆଦିଆ ବରା ଓ ସିଙ୍ଗଡା । କଟକର ସୋନୁ ଭାଇ କହିଲେ ସମସ୍ତେ ଜାଣନ୍ତି ଟଙ୍କାକିଆ ବରା ସିଙ୍ଗଡ଼ା । ସତିଚଉରା ଠାରେ ରହିଛି ଏହି ବରା ସିଙ୍ଗଡ଼ା ଷ୍ଟଲ , ଯେଉଁଠି ମିଳେ ଟଙ୍କାକିଆ ଜଳଖିଆ । ପ୍ରଥମେ ଜେଜେ ତାପରେ ନାତି ଏମିତି ୩ ପୀଢ଼ି ଧରି ଚାଲିଛି ଏଇ ବ୍ୟବସାୟ । ଆଜିର ଅତ୍ୟାଧୁନିକ ଯୁଗରେ ପ୍ରାୟ ସବୁ ଜିନିଷର ଦରଦାମ ବଢ଼ିଛି କିନ୍ତୁ ଏ ବରା ସିଙ୍ଗଡ଼ାର ଦାମ୍ ଆଜି ବି ଟଙ୍କାଟେ ହିଁ ରହିଛି ।
Download Argus News App
