ଅନେକ ସର୍ଭେ ରିପୋର୍ଟ ବି ବିଜେପି ସପକ୍ଷରେ ହିଁ କହୁଛନ୍ତି । ଆଉ ପରାଜୟକୁ ସାମ୍ନାରେ ଦେଖି ବିଚଳିତ ହୋଇଛନ୍ତି ମମତା । ମୁଖ୍ୟମନ୍ତ୍ରୀ ଭାବରେ ସେ ଯେଉଁଭଳି ଭାବରେ ଆଚରଣ ଓ ଭାଷା ପ୍ରୟୋଗ କରୁଛନ୍ତି ତାହା ନିନ୍ଦନୀୟ ।
ମମତା ଅଣ ବିଜେପି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଚିଠିକୁ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଏଭଳି ଗୁଣ୍ଡାଗିରି କରୁଥିବା ଟିଏମସି କଥା ହୁଏତ ଅନ୍ୟମାନେ ଶୁଣିବେନି । ଆଉ କେବଳ ପଶ୍ଚିମବଙ୍ଗରେ ନୁହେଁ ଓଡ଼ିଶାରେ ବି ହେବ ପରିବର୍ତ୍ତନ ।