ପ୍ରବାସୀ ଓଡ଼ିଆଙ୍କ ସହ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ
କୋଲକାତା/ଭୁବନେଶ୍ୱର: ବେଙ୍ଗଲ ରାଜନୀତିକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିକ୍ରିୟା । ନନ୍ଦିଗ୍ରାମ ସହ ଧୋକା କରିଛନ୍ତି ଦିଦି । ତୁଷ୍ଟୀକରଣର ରାଜନୀତି କରୁଛନ୍ତି ମମତା । ସେଥିପାଇଁ ବଡ଼ ବ୍ୟବଧାନରେ ହାରିବାକୁ ଯାଉଛନ୍ତି ମମତା । ବେଙ୍ଗଲରେ 200 ଅଧିକ ସିଟ ଜିତିବ ବିଜେପି । ଟିଏମସିର ସମର୍ଥନ ନ କରିବାରୁ ବିଜେପି କର୍ମୀଙ୍କର ହତ୍ୟା କରାଯାଉଛି ।
ଅନେକ ସର୍ଭେ ରିପୋର୍ଟ ବି ବିଜେପି ସପକ୍ଷରେ ହିଁ କହୁଛନ୍ତି । ଆଉ ପରାଜୟକୁ ସାମ୍ନାରେ ଦେଖି ବିଚଳିତ ହୋଇଛନ୍ତି ମମତା । ମୁଖ୍ୟମନ୍ତ୍ରୀ ଭାବରେ ସେ ଯେଉଁଭଳି ଭାବରେ ଆଚରଣ ଓ ଭାଷା ପ୍ରୟୋଗ କରୁଛନ୍ତି ତାହା ନିନ୍ଦନୀୟ ।
ମମତା ଅଣ ବିଜେପି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଚିଠିକୁ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଏଭଳି ଗୁଣ୍ଡାଗିରି କରୁଥିବା ଟିଏମସି କଥା ହୁଏତ ଅନ୍ୟମାନେ ଶୁଣିବେନି । ଆଉ କେବଳ ପଶ୍ଚିମବଙ୍ଗରେ ନୁହେଁ ଓଡ଼ିଶାରେ ବି ହେବ ପରିବର୍ତ୍ତନ ।