ଅନୁଗୁଳ ଜିଲ୍ଲାରେ ୨୦୨୧-୨୨ରେ ୫୨ ହଜାର ୮୦ ମେଟ୍ରିକ୍ ଟନ, କଳାହାଣ୍ଡି ଜିଲ୍ଲାରେ ୩୯ ହଜାର ୨୧୮.୯ ମେଟ୍ରିକ୍ ଟନ୍ ଏବଂ ବଲାଙ୍ଗୀର ଜିଲ୍ଲାରେ ୨୭ ହଜାର ୪୮୩ ମେଟ୍ରିକ୍ ଟନ୍ ପିଆଜ ଉତ୍ପାଦନ ହୋଇଥିଲା । ଚାଷୀ ମାନଙ୍କୁ ୨୫ ମେଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ ସ୍ଵଳ୍ପ ମୂଲ୍ୟର ପିଆଜ ସାଇତା ଗୃହ ନିର୍ମାଣ ପାଇଁ ୫୦ ପ୍ରତିଶତ ରିହାତି ବା ସର୍ବାଧିକ ୮୭ ହଜାର ୫୦୦ ଟଙ୍କା ଜାତୀୟ ଉଦ୍ୟାନ କୃଷି ମିଶନ ଯୋଜନାରେ ଦିଆଯାଉଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩ ହଜାର ୯୫୨ଟି ୨୫ ମେଟ୍ରିକ ଟନ୍ ବିଶିଷ୍ଟ ପିଆଜ ସାଇତା ଘର ପ୍ରତିଷ୍ଠା କରାଯାଇଛି । ଅର୍ଥାତ ଏହି ସାଇତା ଘର ଗୁ଼ଡିକରେ ମାତ୍ର ୯୮ ହଜାର ୮୦୦ ମେଟ୍ରିକ୍ ଟନ୍ ପିଆଜ ସଂରକ୍ଷିତ କରାଯାଇପାରିବ ।
ସରକାରୀ ତଥ୍ୟ ଅନୁସାରେ ରାଜ୍ୟରେ ମୋଟ ୧୩୧ଟି ଶୀତଳ ଭଣ୍ଡାର ରହିଥିବା ବେଳେ ସେଥିରୁ ୯୮ଟି ଅଚଳ ଅବସ୍ଥାରେ ପଡି ରହିଛି । ଅର୍ଥାତ ମାତ୍ର ୩୩ଟି ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ ହେଉଛି । ୨୦୧୪ ସାଧାରଣ ନିର୍ବାଚନ ସମୟରେ ଶାସକ ଦଳ ରାଜ୍ୟବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲା, ଆମେ ସରକାରକୁ ଆସିଲେ ଓଡିଶାର ସମସ୍ତ ବ୍ଲକରେ ଶୀତଳ ଭଣ୍ଡାର ପ୍ରତିଷ୍ଠା କରାଯିବ । ହେଲେ ବର୍ଷ ପରେ ବର୍ଷ ବିତି ଯାଇଥିଲେ ସୁଦ୍ଧା ନୂଆ ଶୀତଳ ଭଣ୍ଡାର ତ ଛାଡନ୍ତୁ । ପୂର୍ବରୁ ଅଚଳ ହୋଇ ରହିଥିବା ଶୀତଳ ଭଣ୍ଡାର ଗୁଡିକୁ ମଧ୍ୟ ପୁନଃ କାର୍ଯ୍ୟକ୍ଷମ କରି ପାରିନାହାନ୍ତି ରାଜ୍ୟ ସରକାର ।