
ଅର୍ଗସ ବ୍ୟୁରୋ : ଏଣିକି ଆଣ୍ଡ୍ରଏଡ ଫୋନରେ ପରୀକ୍ଷା ଦେଇପାରିବେ ଡିପ୍ଲମା ଛାତ୍ରଛାତ୍ରୀ। ଘରେ ରହି ପିଲା ପରୀକ୍ଷା ଦେବାକୁ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଅଗଷ୍ଟ ୧ରୁ ୨୦ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ହେବ। ପରୀକ୍ଷା ଶେଷ ହେବାର 7 ଦିନ ଭିତରେ ଫଳାଫଳ ଘୋଷଣା କରାଯିବ। ଚଳିତ ବର୍ଷ ପ୍ରାୟ ୨୫ ହଜାର ଛାତ୍ରଛାତ୍ରୀ ବେଷୟିକ ପରୀକ୍ଷା ଦେବେ। ଲାପଟପ କି ଡେସ୍କଟପ ନଥିବା ପିଲା ସ୍ମାର୍ଟଫୋନରେ ପରୀକ୍ଷା ଦେବେ ବୋଲି ସୂଚନା ମିଳିଛି।
ମହାମାରୀ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଫଳରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ଏହାଦ୍ଵାରା ପିଲାମାନଙ୍କ ପାଠପଢା ପ୍ରଭାବିତ ହୋଇଛି। ଏଭଳି ସ୍ଥିତିକୁ ଦୃଷ୍ଟିରେ ରଖି ସରକାର ବିଭିନ୍ନ ବିକଳ୍ପ ବ୍ୟବସ୍ଥା କରୁଛନ୍ତି। ବର୍ତ୍ତମାନ ସ୍ଥିତିରେ ପରୀକ୍ଷାକେନ୍ଦ୍ରରେ ପରୀକ୍ଷା କରିବା ସମ୍ଭବ ନଥିବାରୁ ପରିକ୍ଷା ବାତିଲ କରାଯାଇଛି। ଏପରିକି ଛାତ୍ରଛାତ୍ରୀଙ୍କ ସିଲାବସ୍ ଛୋଟ କରିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି।
